ଅଭିନେତ୍ରୀ ତୃପ୍ତିଙ୍କୁ ଝଟକା: ‘ଆଶିକୀ-୩’ରୁ ହେଲେ ବିଦା

ମୁମ୍ବାଇ: ବଲିଉଡ଼ ଫିଲ୍ମ ‘ଆଶିକୀ-୩’ରୁ ବିଦା ହେଲେ ଅଭିନେତ୍ରୀ ତୃପ୍ତି ଡ଼ିମ୍ରି । ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ସ୍ଥିର କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଛି। ଚରିତ୍ର ପାଇଁ ସେ ଫିଟ୍ ନୁହନ୍ତି ବୋଲି କହି ତାଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି।

ଆଗକୁ ଆସିବ ଫିଲ୍ମ ‘ଆଶିକୀ-୩’ । ଅନୁରାଗ ବାସୁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ। ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି । ଅଭିନେତା କାର୍ତ୍ତିକ ଆରୟନ ତାଙ୍କ ଫିଲ୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଶେଷ ଥର ପାଇଁ ‘ଭୁଲ ଭୁଲେୟା-୩’ରେ ନଜର ଆସିଥିବା କାର୍ତ୍ତିକ ଆଗକୁ ଫିଲ୍ମ ‘ଆଶିକୀ-୩’ରେ ନଜର ଆସିବେ। ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ସ୍ଥିର କରିଥିଲେ। ହେଲେ ଏବେ ସେ ଫିଲ୍ମରୁ ବାଦ୍ ପଡ଼ିଛନ୍ତିି। ଚରିତ୍ର ପାଇଁ ସେ ଫିଟ୍ ନୁହନ୍ତି କହି ତାଙ୍କୁ ବାହାର କରାଯାଇଛି। ଏଥିପାଇଁ ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ତୃପ୍ତିଙ୍କ ଲୋକପ୍ରିୟତାକୁ ଦେଖି ନିର୍ମାତା ତାଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ। କିନ୍ତୁ ଲଗାତାର ତାଙ୍କ ଫିଲ୍ମ ଫ୍ଲପ ହେବା ସହ ତାଙ୍କର କ୍ରେଜ୍ କମିବାରୁ ଏବେ ନିର୍ମାତାଙ୍କ ମନ ବଦଳିଛି। ସେ ଫିଲ୍ମ ପାଇଁ ଏକ ନୂଆ ମୁହଁ ଖୋଜୁଛନ୍ତି। ଫିଲ୍ମର କାହାଣୀ ବଦଳାଯିବା ସହ ଏକ ନୂଆ ମୁହଁକୁ ନିର୍ମାତା ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *