ବିଶ୍ୱ ପକ୍ଷୀ ଦିବସ

ଭୁବନେଶ୍ଵର: ସାରା ବିଶ୍ବରେ ପକ୍ଷୀମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ପକ୍ଷୀଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁୟାରୀ ୫ ତାରିଖକୁ ବିଶ୍ବ ପକ୍ଷୀ ଦିବସ ଭାବେ ପାଳନ କରାଯାଏ। ସହରର ଭିଡ଼ ଅଞ୍ଚଳଠାରୁ ଆରମ୍ଭ କରି ଜଙ୍ଗଲ, ଆର୍ଦଭୂମି, ମରୁଭୂମି ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ।

କେତେକ ପକ୍ଷୀଙ୍କ ଆଗମନରେ ଆମେ ପାଣିପାଗର ପରିବର୍ତ୍ତନ ବିଷୟରେ ସୂଚନା ପାଇଥାଉ। କିନ୍ତୁ କମ୍ପ୍ୟୁଟର ଓ ମୋବାଇଲ୍‌ରେ ବ୍ୟସ୍ତ ମଣିଷ ଏବେ ଅନେକ ପକ୍ଷୀଙ୍କ ନାମ ମଧ୍ୟ ମନରୁ ପାସୋରି ଦେଲାଣି। ପ୍ରାକୃତିକ ବାସସ୍ଥାନ କ୍ଷୟ, ଅବାଧ ପକ୍ଷୀ ଶିକାର ଯୋଗୁଁ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବାବେଳେ ଏବେ ଜଳବାୟୁ ପରିବର୍ତ୍ତନ ଏଥିପ୍ରତି ପ୍ରତ୍ୟକ୍ଷ ବିପଦ ଭାବେ ଉଭା ହୋଇଛି। ପକ୍ଷୀଜଗତର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ପ୍ରତିବର୍ଷ ଏହି ସମୟରେ ଏସିଆ ମହାଦେଶର ସର୍ବବୃହତ୍‌ ଲୁଣା ହ୍ରଦ ‘ଚିଲିକା’ରେ ପକ୍ଷୀ ଗଣନା ଆରମ୍ଭ ହୋଇଥାଏ।

ଶୀତ ଋତୁ ଆସିବା କ୍ଷଣି ଲୋକଙ୍କ ମନରେ ଯେପରି ଖୁସି ଖେଳିଯାଏ ପକ୍ଷୀମାନଙ୍କ ମନରେ ମଧ୍ୟ ସେମିତି ଖୁସି ଖେଳିଯାଏ । ବ୍ୟସ୍ତବହୁଳ ଜୀବନ ଭିତରୁ ବାହାରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବର୍ଷ ସାରା ଏହି ଶୀତ ଋତୁ କି ଅପେକ୍ଷା କରିଥାନ୍ତି ପର୍ଯ୍ୟଟକ । ସେହିପରି ଶୀତ ପଡ଼ିବା କ୍ଷଣି ପକ୍ଷୀଙ୍କ କଲ୍ଲୋଳରେ ମୁଖରିତ ହୋଇପଡେ ଗଗନ ପବନ । ବିଭିନ୍ନ ସ୍ଥାନରେଦେଖିବାକୁ ମିଳନ୍ତି ଭଳିକି ଭଳି ପକ୍ଷୀ । ସେହି ରଙ୍ଗ ବେରଙ୍ଗ ପକ୍ଷୀଙ୍କର କିଚିରି ମିଚିରି ଶବ୍ଦରେ ମନ, ଆତ୍ମା ଶାନ୍ତ ହୋଇଯାଏ ।  କିନ୍ତୁ ଏବେ ସାରା ବିଶ୍ବରେ ପକ୍ଷୀମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେଥିପାଇଁ ପକ୍ଷୀଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁୟାରୀ ୫ ତାରିଖକୁ ବିଶ୍ବ ପକ୍ଷୀ ଦିବସ ଭାବେ ପାଳନ କରାଯାଉଛି। ସହରର ଭିଡ଼ ଅଞ୍ଚଳଠାରୁ ଆରମ୍ଭ କରି ଜଙ୍ଗଲ, ଆର୍ଦଭୂମି, ମରୁଭୂମି ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ। କେତେକ ପକ୍ଷୀଙ୍କ ଆଗମନରେ ଆମେ ପାଣିପାଗର ପରିବର୍ତ୍ତନ ବିଷୟରେ ସୂଚନା ପାଇଥାଉ। ସେପଟେ ପକ୍ଷୀ ବ୍ୟବସାୟ ଉପରେ ଲାଗିପାରୁନାହିଁ ଅଙ୍କୁଶ । ମଣିଷ ନିଜର ଖୁସି ପାଇଁ ପକ୍ଷୀକୁ ପିଞ୍ଜରାରେ ରଖି କଷ୍ଟ ଦେଉଛି। ତେଣୁ, ପକ୍ଷୀମାନଙ୍କ ଦୁର୍ଦ୍ଦଶା ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।

କୁହନ୍ତି ପକ୍ଷୀ ହେଉଛି ମଣିଷର ବନ୍ଧୁ। ହେଲେ ଆଜିର ଏହି ଚାକଚକ୍ୟ ସମାଜରେ ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି। ଗୋଟିଏ ପଟେ ସମଗ୍ର ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ବିରଳ ପକ୍ଷୀମାନେ ବିଲୁପ୍ତ ହୋଇ ଯାଉଥିବାରୁ ପରିବେଶ ଉପରେ କୁପ୍ରଭାବ ପଡୁଛି। ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖିଲେ ମଣିଷ ଖୁସିରେ ଆତ୍ମହରା ହୋଇଯାଏ। ହେଲେ ଦୁର୍ଭାଗ୍ୟର କଥା ବର୍ତ୍ତମାନ ଏହି ପକ୍ଷୀମାନଙ୍କୁ ଆଉ ଦେଖିବାକୁ ମିଳୁନି। ଏହା ପଛରେ ଅନେକ କାରଣ ରହିଛି। ସେଥିମଧ୍ୟରୁ ଦ୍ରୁତ ସହରୀକରଣ, କଳକାରଖାନା ପ୍ରତିଷ୍ଠା ହେଉଛି ପ୍ରମୁଖ କାରଣ। ଚାରିଆଡ଼େ ଘଞ୍ଚ ଜଙ୍ଗଲ କଟାଯାଇ ନୂଆ ନୂଆ ସହର ତିଆରି ହେଉଛି। ବିଶାଳକାୟ ଗଛ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକାମାନ ମୁଣ୍ଡ ଟେକୁଛି। ମଣିଷର ସୁଖ ସ୍ୱାଚ୍ଛନ୍ଦ ପାଇଁ ବିଦ୍ୟୁତ ଟାୱାର ଓ ମୋବଇଲ ଟାୱାରମାନ ନିର୍ମାଣ ହେଉଛି। ନଦୀ, ନାଳ ପ୍ରଦୂଷିତ ହୋଇଯାଉଛି। ଯାହା ଫଳରେ ପକ୍ଷୀମାନଙ୍କ ସଂଖ୍ୟା ହ୍ରାସ ପାଉଛି। ପକ୍ଷୀମାନଙ୍କ ବସା ଭାଙ୍ଗି ମଣିଷ ନିଜ ପାଇଁ ଭଲ ଘର ତିଆରି କରୁଛି। ତେଣୁ ସେମାନଙ୍କ ରହିବା ଓ ଖାଦ୍ୟ ଅନ୍ୱେଷଣର ବାଟ ସବୁଦିନ ବନ୍ଦ ହୋଇ ଯାଇଥିବାରୁ ଏହି ବିରଳ ପ୍ରଜାତିର ପକ୍ଷୀ ଲୋପ ପାଇବାକୁ ବସିଲେଣି। ଆଉ ଯେଉଁ କିଛି ପକ୍ଷୀ ଅଛନ୍ତି ସେମାନଙ୍କୁ କେଉଁ ଚିଡିଆଖାନା ହେଉ ଅବା ପକ୍ଷୀ ଅଭୟରଣ୍ୟାରେ ସଂରକ୍ଷିତ କରି ରଖାଯାଉଛି। କିନ୍ତୁ ଏହି ପରିବର୍ତ୍ତିତ ଜଳବାୟୁରେ ପକ୍ଷୀମାନେ ଅଧିକ ଦିନ ତିଷ୍ଠି ରହି ପାରୁନାହାନ୍ତି।

ସେହିପରି ଅତି କ୍ଷୁଦ୍ର ପକ୍ଷୀ ହେଉଛି ଘଟଚଟିଆ । ପରିବେଶ ଓ ମଣିଷ ସମାଜ ପାଇଁ ଉପକାରୀ ବନ୍ଧୁ ଭାବେ କାମ କରିଥାଏ ଘରଚଟିଆ ପକ୍ଷୀ। ଘରଚଟିଆ କିଚିମିଚିରି ଶବ୍ଦରେ ଚାଷୀ ଜାଣିପାରେ ସକାଳର ଆଗମନକୁ। ହେଲେ ଏହି ପକ୍ଷୀଟି କୁଆଡେ ଉଭାନ୍‍ ହୋଇଯାଇଛି। ଗତ ୧୫ ବର୍ଷ ତଳେ ପ୍ରତି ଘରେ ଥିବା ଧାନ ଅମାରରେ ଦେଖିବାକୁ ମିଳୁଥିବା ଘରଚଟିଆ ଆଉ ଏବେ ନାହାନ୍ତି କହିଲେ ଚଳେ। ୮ଟି ପକ୍ଷୀ ଅଭୟାରଣ୍ୟରେ ମଧ୍ୟ ଏମାନଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୧୨ ମସିହାରୁ ଘରଚଟିଆ ଦିଲ୍ଲୀର ରାଜ୍ୟ ପକ୍ଷୀ ଭାବେ ଗଣତି ହେଉଛି। ପ୍ରତି ବର୍ଷ ମାର୍ଚ୍ଚ ୨୦କୁ ଘରଚଟିଆ ଦିବସ ଭାବେ ପାଳନ କରାଯାଇ ସଚେତନ କରାଯାଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *