ଗଛ ପ୍ରେମରେ ଉବୁଟୁବୁ ଯୁବତୀ

କଥାରେ ଅଛି , ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଏବେ ଏମିତି ଜଣେ ମହିଳାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଲୋକେ ଚକିତ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଇଭି ବ୍ଲୁମ୍ ନାମ୍ନୀ ଜଣେ ଯୁବତୀ ଏକ ଗଛକୁ ନିଜର ପ୍ରେମିକ କରିଛନ୍ତି। ସେ ତା’ ପ୍ରେମରେ ଏତେ ଉବୁଟୁବୁ ଯେ, ଗଛଟିକୁ ସବୁବେଳେ ନିଜ ପାଖରେ ରଖୁଛନ୍ତି। ତା’ସହ ମିଶି ଖାଉଛନ୍ତି, ଶୋଉଛନ୍ତି, ଫିଲ୍ମ ଦେଖୁଛନ୍ତି । ଏମିତି କି ସେ ଗଛ ସହିତ ବୁଲିବାକୁ ବି ଯାଉଛନ୍ତି। ସେ ଗଛକୁ ଆଲିଙ୍ଗନ କରନ୍ତି, ଚୁମ୍ବନ ଦିଅନ୍ତି, ଏମିତି କି ୱାକ୍ କରିବାବେଳେ ତାକୁ ସାଥିରେ ନିଅନ୍ତି।

ବ୍ଲୁମ କୁହନ୍ତି, ମୁଁ ସେ ଗଛକୁ ବହୁତ ଭଲ ପାଏ । ତାକୁ ଗୋଟେ ମୁହୂର୍ତ୍ତ ଛାଡ଼ି ରହି ପାରେନା । ମୁଁ ଯୁଆଡ଼େ ଯାଏ ତାକୁ ମୋ ସହ ନେଇକି ଯାଇଥାଏ । ଗଛରେ ମୁଁ ଏଆଇରେ ଚାଲୁଥିବା ଏକ ମେଶିନ୍ ଲଗାଇ ଦେଇଛି। ଯାହାକି ପତ୍ରରୁ ହେଉଥିବା ଭାଇବ୍ରେଶନ୍‌କୁ ଶବ୍ଦରେ ରୂପାନ୍ତରିତ କରିଥାଏ। ଫଳରେ ମୁଁ ଜାଣିପାରେ ଗଛଟି ମତେ କ’ଣ କହୁଛି। ଆଉ ଆମ ଦୁହିଁଙ୍କ ଭିତରେ ଭାବର ଆଦାନ ପ୍ରଦାନ ହୋଇପାରେ। ତେବେ ମୋର ଏହି ଭଲ ପାଇବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅନେକେ ଏହି ସମ୍ପର୍କକୁ ପ୍ରେମ ନୁହେଁ ବରଂ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *