ଗଣତନ୍ତ୍ର ଦିବସରେ ପ୍ରଥମ ଥର ସାମିଲ ହେଲେ ଆଦିବାସୀ ରାଜା

ନୂଆଦିଲ୍ଲୀ: ପ୍ରଥମ ଥର ଆଦିବାସୀ ରାଜା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛନ୍ତି । କେରଳର ଆଦିବାସୀ ରାଜା ରମଣ ରାଜମନ୍ନନ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ଚର୍ଚ୍ଚାକୁ ଆସିଛନ୍ତି । ଅନୁସୂଚିତ ଜନଜାତି ବିକାଶ ବିଭାଗ ଦ୍ୱାରା ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ଏକ ସ୍ୱତନ୍ତ୍ର ଅବସର କାରଣ ସେ ଏହି ଉତ୍ସବରେ ପ୍ରଥମ ଆଦିବାସୀ ରାଜା ଭାବରେ ସାମିଲ ହୋଇଛନ୍ତି ।

ରାଜା ରମଣ ରାଜମନ୍ନନ, ଯାହାଙ୍କ ପ୍ରକୃତ ନାମ ଏନ୍‌. ବିନୁ । ସେ କେରଳର ଇଡୁକ୍କି ଜିଲ୍ଲାର କୋଝିମାଲା ଗାଁର। ରମଣ ମନ୍ନାନ ସମ୍ପ୍ରଦାୟର ୧୭ତମ ରାଜା । ୨୦୧୨ ମସିହାରେ ତାଙ୍କ ପୂର୍ବପୁରୁଷ ରାଜା ଆର୍ଯ୍ୟନ ରାଜମନ୍ନନଙ୍କ ମୃତ୍ୟୁ ପରେ ସେ ସିଂହାସନ ଗ୍ରହଣ କରିଥିଲେ। ଭାରତରେ ରାଜାମାନଙ୍କ ଶାସନ ଶେଷ ହୋଇଯାଇଛି କିନ୍ତୁ କେରଳରେ ଏହି ରାଜା ଏବେ ବି ତାଙ୍କ ସମ୍ପ୍ରଦାୟର ନେତୃତ୍ୱ ନେଉଛନ୍ତି। ମନ୍ନାନ୍ ସମ୍ପ୍ରଦାୟ ଏକ ଅନୁସୂଚିତ ଜନଜାତି ଏବଂ ଏହାର ଲୋକମାନେ ମୁଖ୍ୟତଃ ଚାଷୀ ଏବଂ ଶ୍ରମିକ। ରମଣ ରାଜମନ୍ନନ କେବଳ ଜଣେ ପ୍ରତୀକାତ୍ମକ ରାଜାର ଭୂମିକା ତୁଲାଉଛନ୍ତି କିନ୍ତୁ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସମର୍ଥନ ଏବଂ ପ୍ରେମ ତାଙ୍କ ପ୍ରତି ଅଛି।

କେରଳର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ମନ୍ତ୍ରୀ ଓ. ଆର. କେଲୁ ରାଜାଙ୍କ ସହ ତାଙ୍କ ପତ୍ନୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ସମଗ୍ର ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ। ଏହା ତାଙ୍କ ପାଇଁ ଏକ ବିଶେଷ ଅବସର ଏବଂ ସେ ଏହାକୁ ତାଙ୍କ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ବୋଲି ରମଣ କହିଛନ୍ତି ।

ମନ୍ନାନ୍ ସମ୍ପ୍ରଦାୟର ନିଜସ୍ୱ ଅନନ୍ୟ ସଂସ୍କୃତି ଏବଂ ପରମ୍ପରା ଅଛି। ଏହି ସମ୍ପ୍ରଦାୟ ଇଡୁକ୍କି ବନ୍ୟପ୍ରାଣୀ ଅଭୟାରଣ୍ୟର ବଫର ଜୋନରେ ପ୍ରାୟ ୪୮ଟି ବସତିରେ ବାସ କରନ୍ତି। ଏଠାରେ ରହୁଥିବା ଲୋକମାନେ ପାରମ୍ପରିକ ପ୍ରଥା ପାଳନ କରନ୍ତି ଏବଂ ସେମାନଙ୍କର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରନ୍ତି।ରମଣ ରାଜମନ୍ନନ ତାଙ୍କ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ଅଧିକାଂଶ ସମୟ ସେ ପଗଡ଼ି ସହ ସ୍ୱତନ୍ତ୍ର ପୋଷାକ ପିନ୍ଧିଥାନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *