ନୂଆଦିଲ୍ଲୀ : ରାସ୍ତା କଡ଼ରେ ଖିରି ବିକ୍ରି କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାସ୍ତାକଡ଼ରେ ତାଙ୍କୁ ଏପରି ଅବସ୍ଥାରେ ଯିଏ ଦେଖୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏମିତି କି ତାଙ୍କ ସହ ସେଲଫି ନେବାକୁ ବି ପଛାଉ ନାହାନ୍ତି । ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବାସ୍ତବରେ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଜଣେ ଅବିକଳ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ନାଁ ହେଉଛି ସଲିମ୍ ବଗା। ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରାନ୍ତର ସାହିୱାଲ ଜିଲ୍ଲାରେ ସେ ରୁହନ୍ତି । ପୂରା ଟ୍ରମ୍ପଙ୍କ ଭଳି ଦେଖାଯାଉ ଥିବା ଏହି ବ୍ୟକ୍ତିଙ୍କୁ ଯିଏବି ପ୍ରଥମେ ଦେଖିବ ଧୋକା ଖାଇଯିବ। ଏହି ବ୍ୟକ୍ତି ପଞ୍ଜାବୀ ଗୀତ ଗାଇ ରାସ୍ତାକଡ଼ରେ ଖିରି ବିକ୍ରି କରୁଛନ୍ତି। ଲୋକଙ୍କ କହିବାନୁସାରେ,ଆମକୁ ଏମିତି ଲାଗୁଛି କି ,ଟ୍ରମ୍ପ ନିଜେ ଆମ ସହରରେ ଖିରି ବିକ୍ରି କରିବାକୁ ଆସିଛନ୍ତି।
ସଲିମ୍ କେବଳ ନିଜର ନିଆରା ଚେହେରା ନୁହେଁ ,ନିଜର ଗୀତରେ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ସଂପୃକ୍ତ ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି , ଆମକୁ ଏମିତି ଲାଗୁଛି କି ଯେମିତି ଟ୍ରମ୍ପ ଖିରି ବିକ୍ରି କରିବାକୁ ଆସିଛନ୍ତି। ଯେବେ ସେ ଖିରି ବିକ୍ରି କରିବାକୁ ଗୀତ ଗାଆନ୍ତି , ଆମେ ତାଙ୍କ ପାଖକୁ ଚାଲି ଆସୁ। ରଙ୍ଗିନ କାଠର ଗାଡ଼ିରେ ଖିରି ପରସନ୍ତି , ସେ ନିଜକୁ ସର୍ଦ୍ଦିରୁ ବଞ୍ଚାଇବା ପାଇଁ ବେଜ ରଙ୍ଗର ସଲୱାର କମିଜ ଓ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧନ୍ତି । ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ସେ ପଞ୍ଜାବୀ ଗୀତ ଗାଆନ୍ତି।