ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନେବେ ଶପଥ

ୱାସିଂଟନ: ଆମେରିକାରେ ଆଜିଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ୱିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍‌ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀମାନେ ସାମିଲ ହେବେ । ଭାରତ ପକ୍ଷରୁ ଏହି ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ।

ଟ୍ରମ୍ପ ଶପଥ ନେବା ପୂର୍ବରୁ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ସମ୍ପର୍କରେ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି। ଦାୟିତ୍ୱ ନେବା ପରେ ସେ ୧୦୦ ଦିନ ମଧ୍ୟରେ ଭାରତ ଓ ଚୀନ୍ ଗସ୍ତ କରିବାକୁ ଚାହୁଛନ୍ତି। ଟ୍ରମ୍ପଙ୍କ ଆଗାମୀ ଗସ୍ତ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ହେବା ସମ୍ଭାବନା ରହିଛି। ଏହା ସହିତ ହ୍ୱାଇଟ୍ ହାଉସ୍ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଆମେରିକା ନିମନ୍ତ୍ରଣ କରାଯାଇପାରେ ବୋଲି ଜଣାପଡ଼ିଛି। ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *