ସଡ଼କ ଦୁର୍ଘଟଣାରେ ଚାଲିଗଲା ଟେଲି ଅଭିନେତାଙ୍କ ଜୀବନ

ମୁମ୍ବାଇ: ଛୋଟପରଦାର ଜଣାଶୁଣା ଅଭିନେତାଙ୍କ ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏହି ଖବର ପ୍ରଚାର ହେବା ପରେ ତାଙ୍କ ପ୍ରଶଂସକମାନେ ଶୋକବ୍ୟକ୍ତ କରିଛନ୍ତି । ସେ ହେଲେ ଅମନ ଜୟସୱାଲ (୨୩) ।

ମୁମ୍ବାଇର ଜୋଗେଶ୍ୱରୀ ରାସ୍ତାରେ ଅଭିନେତା ଅମନ ତାଙ୍କ ବାଇକ୍‌ରେ ଯାଉଥିଲେ । ଏକ ଟ୍ରକ ତାଙ୍କ ବାଇକ୍‌କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଥିଲେ । ଆମ୍ବୋଲି ପୋଲିସ ତାଙ୍କୁ ସଙ୍ଗେ ସଙ୍ଗେ କାମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଟିଭି ଧାରାବାହିକ “ଧରତୀପୁତ୍ର ନନ୍ଦିନୀ”ରେ ମୁଖ୍ୟ ଭୂମିକା ଅଭିନୟ କରି ଘରେ ଘରେ ବେଶ୍ ଜଣାଶୁଣା ହୋଇଥିଲେ । ପୋଲିସ ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଦ୍ରୁତଗତି ଏବଂ ଅବହେଳା କରି ଗାଡ଼ି ଚଲାଉଥିବା ପାଇଁ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *