ନାଁ ମନେ ରଖିବାକୁ ଦେଖିବାକୁ ପଡେ ଖାତା

ନୂଆଦିଲ୍ଲୀ: ୟୁଗାଣ୍ଡାର ଜଣେ ୭୦ ବର୍ଷିୟ ବ୍ୟକ୍ତି ନିଜ ବଡ଼ ପରିବାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ମୁସା ହସାହ୍ୟା କସେରା ନାମରେ ଏହି ବ୍ୟକ୍ତିଙ୍କ ୧୦ କି ୨୦ ନୁହେଁ ୧୦୨ ଜଣ ପିଲା ଛୁଆ। ୧୨ ପତ୍ନୀଙ୍କ ୧୦୨ ପିଲା । ୫୭୮ ନାତି ନାତୁଣୀ ଅଛନ୍ତି। ସମୁଦାୟ ୬୯୨ ଜଣ ସଦସ୍ୟ ଗୋଟେ ପରିବାରରେ ରୁହନ୍ତି। ହସାହ୍ୟାଙ୍କ ଏହି ବିରାଟ ପରିବାର ଏବେ ଚିନ୍ତାର କାରଣ ପାଲଟିଛି। କାରଣ ସେମାନଙ୍କ ଭରଣ ପୋଷଣ କରିବାରେ ଅନେକ ସମସ୍ୟା ହେଉଛି।

ହାସାହ୍ୟାଙ୍କ କାହାଣୀ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଠି ତାଙ୍କୁ ଦୁନିଆର ସବୁଠୁ ଅଧିକ ସନ୍ତାନର ବାପା ବୋଲି କୁହଯାଉଛି। ଦୁନିଆର ଅନେକ ଲୋକ ତାଙ୍କ ସ୍ଥିତିକୁ ନେଇ ମନ୍ତବ୍ୟ ରଖୁଛନ୍ତି।

ୟୁଗାଣ୍ଡାର ମୁସା ୧୯୭୨ ମସିହାରେ ୧୭ ବର୍ଷ ବୟସରଙ୍କ ପ୍ରଥମ ବିବାହ କରିଥିଲେ। ସମୟ ବଢ଼ିବା ସହ ସେ ୧୨ଟି ବିବାହ କରିଥିଲେ। ଯାହା ପରେ ତାଙ୍କ ପରିବାର ସଂଖ୍ୟା ବଢ଼ିଥିଲା। ଏତେ ବଡ଼ ପରିବାରର ଭରଣ ପୋଷଣ କରିବା ତାଙ୍କ ପାଇଁ ବଡ଼ ସମସ୍ୟା ହେଉଛି। ସେହି ସମୟରେ ମୁସା ଜଣେ ବେପାରୀ ଥିଲେ। ତାଙ୍କ ସ୍ଥିତିରେ ପ୍ରଭାବିତ ହୋଇ ଅନେକ ପରିବାର ତାଙ୍କ ଝିଅକୁ ବିବାହ ଦେଇଥିଲେ। ହେଲେ ୟୁଗାଣ୍ଡରେ କିଛି ଧାର୍ମିକ ପରମ୍ପରା ଅନୁସାରେ ବହୁ ବିବାହ ଆଇନଗତ ଅପରାଧ। ହେଲେ ୧୯୯୫ ମସିହା ପର୍ଯ୍ୟନ୍ତ ଦେଶରେ ବାଲ୍ୟ ବିବାହକୁ ନେଇ ପ୍ରତିବନ୍ଧକ ଲାଗିନଥିଲା।

ତାଙ୍କର ୨ ଏକର ଜମି ଯାହା ପରିବାର ପାଇଁ ସମୁଦ୍ରେକୁ ଶଙ୍ଖେ ପରି। ଏକା ରୋଜଗାର କରିବାକୁ ଏବେ ବୟସ ବି ସାଥ ଦେଉନି। ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଉଛି। ମୁସା ହାସାହ୍ୟାଙ୍କ ପିଲାମାନଙ୍କର ତାଲିକା ଏତେ ଲମ୍ବା ଥିବାରୁ ସେ ସେମାନଙ୍କ ନାମ ମଧ୍ୟ ଭୁଲିଯିବା ଆରମ୍ଭ କଲେ । ଏହି କାରଣରୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ଏକ ରେଜିଷ୍ଟର ପ୍ରସ୍ତୁତ କରିଥିଲେ ଯେଉଁଥିରେ ସମସ୍ତ ପିଲାଙ୍କ ନାମ ଲେଖାଯାଇଥିଲା । ମୁସା କୁହନ୍ତି, ମୁଁ କେବଳ ମୋର ପ୍ରଥମ ଏବଂ ଶେଷ ପିଲାମାନଙ୍କର ନାମ ମନେ ରଖିପାରେ, କିନ୍ତୁ ମୋର ଅନ୍ୟ ପିଲାମାନଙ୍କର ନାମ ନୁହେଁ।

ହାସାହ୍ୟାଙ୍କ ତୃତୀୟ ପତ୍ନୀ ଜାବିନା କହିଛନ୍ତି, “ଆମେ ବଞ୍ଚିବାରେ ସକ୍ଷମ ଅଟୁ। ଖାଇବା ପିଇବା କଷ୍ଟକର ଅଟେ। ପିଲାମାନଙ୍କୁ ଥରେ କିମ୍ବା ଭଲ ଦିନରେ ଦୁଇଥର ଖାଇବାକୁ ପଡିବ।” ଅନେକ ପିଲା ଏବଂ ନାତି ନାତୁଣୀ ସେମାନଙ୍କ ପଡ଼ୋଶୀମାନଙ୍କ ପାଇଁ କାମ କରନ୍ତି କିମ୍ବା ଦୀର୍ଘ ଦୂରରୁ ପାଣି ଓ କାଠ ଆଣିବାରେ ଦିନ କାଟନ୍ତି । ତଥାପି, ଏତେ ବଡ ପରିବାର ପାଇଁ ଖାଦ୍ୟ ଏବଂ ପାନୀୟ ସୀମିତ ଏବଂ ପରିବାର ପ୍ରାୟତଃ ଭୋକର ସମ୍ମୁଖୀନ ହୁଅନ୍ତି। ତଥାପି, ହାସାହି ସ୍ୱୀକାର କରିଛନ୍ତି ଯେ ଏସବୁ ତାଙ୍କର ଅତୀତର ନିଷ୍ପତ୍ତିର ଫଳାଫଳ । ସେ କହିଛନ୍ତି, ପ୍ରଥମେ ଏହା ଏକ ହାସ୍ୟାସ୍ପଦ ଥିଲା, କିନ୍ତୁ ଏବେ ଏହା ସମସ୍ୟା ସୃଷ୍ଟି କରୁଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *