କଙ୍ଗନା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ରଖିଥିଲେ ସ୍ପେଶାଲ ସ୍କ୍ରନିଂ

ମୁମ୍ବାଇ: ନିକଟରେ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ଏମରଜେନ୍ସି ରିଲିଜ ହୋଇଥିଲା। ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ। ଏହି ଫିଲ୍ମକୁ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଦେଖିଛନ୍ତି। ଏନେଇ କଙ୍ଗନା ସ୍ପେଶାଲ ସ୍କ୍ରିନିଂ କରାଇଥିଲେ। ଫିଲ୍ମ ୧୭ ତାରିଖରେ ପରଦାକୁ ଆସିବ। ଫିଲ୍ମର ରିଲିଜ୍ ପୂର୍ବରୁ ଅଭିନେତ୍ରୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଅଭିନେତ୍ରୀ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କଙ୍ଗନା ଥିଏଟର ଭିତରେ ନୀତିନ ଗଡକରୀଙ୍କ ସହ ବସିଥିବାର ନଜର ଆସିଛନ୍ତି । ସାଥିରେ ଅନୁପମ ଖେର ମଧ୍ୟ ଥିବା ଫଟୋରେ ଦେଖିବାକୁ ମିଳିଛି।

କଙ୍ଗନା ଗତକାଲି କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଶାଢି ପିନ୍ଧିଥିବାର ନଜର ଆସିଥିଲେ । କଙ୍ଗନା ଫ୍ୟାନମାନଙ୍କୁ ଅପଡେଟ୍ ଦେଇଛନ୍ତି ଯେ ସେ ନାଗପୁରରେ ନୀତିନ ଗଡକରୀଙ୍କ ପାଇଁ ଏକ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । କଙ୍ଗନା ରାଣାୱତ ଫିଲ୍ମ ‘ଏମରଜେନ୍ସି’ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଐତିହାସିକ ରାଜନୈତିକ ଡ୍ରାମା ଉପରେ ଆଧାରିତ । ଭାରତରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏହା ପର୍ଯ୍ୟବସିତ । ଫିଲ୍ମରେ ଶ୍ରେୟସ୍ ତଲପଡେ, ଅଶୋକ ଛାବ୍ରା, ମହିମା ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

କିଛି ଦିନ ତଳେ କଙ୍ଗନା ଅନୁପମ ଖେରଙ୍କ ମା’ ଦୁଲାରୀଙ୍କୁ ଭେଟିଥିଲେ । ଏହି ସମୟର ଏକ ଭିଡିଓ ଅନୁପମ ସେୟାର କରିଥିଲେ । ଏଥିରେ ସେ ଲେଖିଥିଲେ, ‘କଙ୍ଗନା ଓ ଦୁଲାରୀ: ପାହାଡ଼ର ଦୁଇଜଣ ସଶକ୍ତ ମହିଳା । କିଛି ଦିନ ପୂର୍ବରୁ ହଠାତ୍ କଙ୍ଗନା ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେବାକୁ ଚାହୁଁଛନ୍ତି । ମା’ଙ୍କୁ ପ୍ରସ୍ତୁତ ହେବାକୁ ମଉକା ମିଳିଲା ନାହିଁ । ଏହି କଥା ପାଇଁ ମୁଁ ତାଙ୍କୁ ବହୁତ ଚିଡ଼ାଇଲି । କିନ୍ତୁ ମା’ କଙ୍ଗନାଙ୍କୁ ବହୁତ ଭଲ ପାଇବା ଏବଂ ଆଶୀର୍ବାଦ ଦେଇଥିଲେ’ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *