ଭୁବନେଶ୍ବର: ସାଧାରଣତଃ ହଳଦୀ ଦେହ ପାଇଁ ବହୁତ ଉପକାରୀ ହୋଇଥାଏ । ଖାଦ୍ୟ ହେଉ କିମ୍ବା ତ୍ବାଚା ପ୍ରତି ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଖାଦ୍ୟରେ ଯେପରୀ ହଳଦୀ ନପଡ଼ିଲେ ଯେପରି ରଙ୍ଗ ଆସେନି ସେହିପରି ତ୍ବାଚାକୁ ସୁନ୍ଦର କରିବାରେ ହଳଦୀର ମାନ ମଧ୍ୟ ଅନେକ ରହିଛି । କିନ୍ତୁ ସମସ୍ତଙ୍କ ପାଇଁ ଫାଇଦା ଦେଇ ନଥାଏ ହଳଦୀ । ଅନେକ ଲୋକ ମଧ୍ୟ ଅଛନ୍ତି ଯାହାଙ୍କୁ ହଳଦୀରୁ ଫାଇଦା ମିଳିବା ପରିବର୍ତ୍ତେ କ୍ଷତି ହୁଏ । ତେବେ ଆପଣ ଜାଣନ୍ତି କି ? କେଉଁ ଲୋକଙ୍କୁ ହଳଦୀର ସେବନ କରିବା ଉଚିତ ନୁହେଁ । ଏପରି ନକରିଲେ ହଳଦୀର ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ।
ଷ୍ଟୋନ ରୋଗୀଙ୍କର ହୋଇପାରେ କ୍ଷତି !
ଷ୍ଟୋନ ରୋଗୀଙ୍କୁ ହଳଦୀର ସେବନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ବାସ୍ତବରେ ଯେଉଁ ଲୋକଙ୍କୁ ବାରମ୍ବାର ଷ୍ଟୋନ ସମସ୍ୟା ହୁଏ , ସେମାନେ ହଳଦୀ ସେବନ କରିବା ଦ୍ୱାରା ଏହି ସମସ୍ୟା ବଢ଼ିପାରେ । ତେଣୁ ଯେତେ ସମ୍ଭବ ସେମାନେ ହଳଦୀ ସେବନ କମ କରିବା ଉଚିତ ।
ମଧୁମେହ ରୋଗୀଙ୍କ ପ୍ରତି ବିପଦ !
ଯେଉଁ ଲୋକଙ୍କର ମଧୁମେହ ସମସ୍ୟା ଅଛି ସେମାନେ ସୀମିତ ମାତ୍ରାରେ ହଳଦୀ ସେବନ କରିବା ଉଚିତ । ଏହି କାରଣରୁ ମଧୁମେହ ରୋଗୀଙ୍କର ସୁଗାର ସ୍ତରକୁ କମ କରିବା ଏବଂ ରକ୍ତ କୁ ପତଳା କରିବାର ଔଷଧ ଦିଆଯାଏ। ଏମିତିରେ ହଳଦୀର ଅଧିକ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ମାତ୍ରା କମି ପାରେ । ଯାହାଦ୍ୱାରା ଶରୀରର କ୍ଷତି ହୋଇଥାଏ ।
ରକ୍ତ ବୋହିବା ସମସ୍ୟା ବୃଦ୍ଧି କରିଥାଏଟ୍ଟ
ହଳଦୀ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ କମାଇ ଦେଇଥାଏ । ଏଥିପାଇଁ ଯେଉଁ ଲୋକଙ୍କର ହଠାତ ନାକ କିମ୍ବା ଅନ୍ୟ ଭାଗରୁ ରକ୍ତ ବୋହିବାର ସମସ୍ୟା ଥିବ ସେମାନେ ହଳଦୀ ସେବନକୁ କମ କରିବା ଉଚିତ । ଏଥିରେ କୌଣସି ପ୍ରକାରର ଅସତର୍କତା ବି ଶରୀରର କ୍ଷତି କରିପାରେ ।
ପୋଲିଓ ରୋଗୀ ହଳଦୀ ସେବନ ଠାରୁ ଦୂରେଇ ରୁହନ୍ତୁ :-
ଯେଉଁ ଲୋକଙ୍କୁ ପୋଲିଓ ଅର୍ଥାତ ଜଣ୍ଡିସ ସମସ୍ୟା ଅଛି ସେମାନେ ହଳଦୀର ସେବନ କରିବା ଉଚିତ ନୁହେଁ । ଏହି ରୋଗ ଠିକ ହେବା ପରେ ବି ଡାକ୍ତରଙ୍କ ପରାମର୍ଶ ପରେ ହିଁ ହଳଦୀ ସେବନ ସମ୍ବନ୍ଧରେ ନିଷ୍ପତ୍ତି ନେବା ଉଚିତ ।