ତିନିରୁ ଚାରି ମାସ ପୂଜା ପାଆନ୍ତି ଭଗବାନ

ବ୍ୟୁରୋ: ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ଅନେକ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳାକୁ ଧ୍ୟାନ ଦେଲେ ଏହାକୁ ନିର୍ମାଣ କରିଥିବା ଲୋକଙ୍କ କଥା ମନକୁ ଆସେ। ଆମ ଦେଶରେ ଅନେକ ଗୁଡିଏ ମନ୍ଦିର ରହିଥିବା ବେଳେ ବାରଣାସୀରେ ଶହ ଶହ ମନ୍ଦିର ରହିଛି । ସେଥିମଧ୍ୟରୁ ମଣିକର୍ଣ୍ଣିକା ଘାଟ ତଳେ ଅବସ୍ଥିତ ପୁରାତନ ରତ୍ନେଶ୍ୱର ମହାଦେବ ମନ୍ଦିର ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି କି ପ୍ରାୟତଃ ୪୦୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହି ମନ୍ଦିର ଗୋଟିଏ ପାଖକୁ ୯ଡିଗ୍ରୀ ସେଲସିୟସ ତଳକୁ ଝୁଲନ୍ତା ଅବସ୍ଥା ରେ ରହିଛି। ଏହି ମନ୍ଦିର ବର୍ଷକରେ ୮ ମାସ ଗଙ୍ଗାଜଳରେ ଅଧା ବୁଡିକି ରହିଥାଏ ।

ଏହି ମନ୍ଦିରର ଅନେକ ରହସ୍ୟ ରହିଛି । ମନ୍ଦିରଟି ମଣିକର୍ଣ୍ଣିକା ଘାଟ ତଳେ ଅବସ୍ଥିତ । ଯେଉଁ କାରଣରୁ ପାଣି ବଢିବା ଦ୍ୱାରା ଏହି ମନ୍ଦିର ୬ ରୁ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ । ବେଳେ ବେଳେ ମନ୍ଦିରର ପାଣି ଶିଖର ଉପର ପର୍ଯ୍ୟନ୍ତ ରହିଥାଏ । ଏଭଳି ସ୍ଥିତିରେ ମନ୍ଦିରରେ କେବଳ ମହାଦେବଙ୍କୁ ୩ ରୁ ୪ ମାସ ପୂଜା କରାଯାଇଥାଏ । ୬ ରୁ ୮ ମାସ ଯାଏଁ ଏହି ମନ୍ଦିର ପାଣି ଭିତରେ ରହିବା ପରେ ମଧ୍ୟ ଏହାର କୌଣସି କ୍ଷତି ହୋଇନଥାଏ । ଏହି ମନ୍ଦିରର ବାସ୍ତୁକଳା ଦେଶ ତଥା ଦେଶ ବାହାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ବଡ଼ କଥା ହେଉଛି ଶହ ଶହ ବର୍ଷ ଧରି ଏହି ମନ୍ଦିର ଗୋଟିଏ ପାଖକୁ ଝୁଲି ହୋଇ ରହିଛି। ଦୂରରୁ ଦେଖିଲେ ଲାଗେ ସତେ ଯେମିତି ଏବେ ଏହି ମନ୍ଦିରଟି ତଳକୁ ପଡ଼ି ଭାଙ୍ଗିଯିବ।

୧୮୫୭ ରେ ଅମେଠିର ରାଜ ପରିବାର ଏହି ମନ୍ଦିର ନିର୍ମାଣ କରି୍ଥିଲେ । ଏହି ମନ୍ଦିରକୁ ନେଇ ଅନେକ ପୌରାଣିକ କାହାଣୀମାନ ମଧ୍ୟ ରହିଛି । କୁହାଯାଏ କି ଅହିଲ୍ୟାବାଇ ହୋଲକର ତାଙ୍କ ଶାସନ କାଳରେ ବନାରସ ଆଖପାଖରେ ଅନେକ ମନ୍ଦିର ନିର୍ମାଣ କରିଥିଲେ । ଅହିଲ୍ୟାବାଇଙ୍କର ରତ୍ନାବାଇ ନାମରେ ଜଣେ ଦାସୀ ଥିଲେ । ସେ ମଣିକର୍ଣ୍ଣିକା ଘାଟ ନିକଟରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ । ଏଭଳି କ୍ଷେତ୍ରରେ ସେ ତାଙ୍କ ନିକଟରେ ଥିବା କିଛି ଟଙ୍କାରେ ଏବଂ ଅହିଲ୍ୟାବାଇଙ୍କଠୁ କିଛି ସାହାଯ୍ୟ ନେଇ ମନ୍ଦିର ନିର୍ମାଣ କରିଦେଲେ । କିନ୍ତୁ ଯେତେବେଳେ ମନ୍ଦିରର ନାମାକରଣର ସମୟ ଆସିଲା ରତ୍ନାବାଇ ଏହାକୁ ନିଜ ନାଁ ଦେବାକୁ ଚାହୁଁଥିଲେ । ମାତ୍ର ଏହାକୁ ବିରୋଧ କରୁଥିଲେ ଅହିଲ୍ୟାବାଇ । ଏହାପରେ ମଧ୍ୟ ରାଣୀ ଆହିଲ୍ୟାବାଇଙ୍କ ବିରୋଧରେ ଯାଇ ରତ୍ନାବାଇ ଏହି ମନ୍ଦିରର ନାଁ ‘ରତ୍ନେଶ୍ୱର ମହାଦେବ’ ରଖିଥିଲେ । ଯେତେବେଳେ ଏହି କଥା ଅହିଲ୍ୟାବାଇ ଜାଣିବାକୁ ପାଇଲେ ସେତେବେଳେ ସେ କ୍ରୋଧିତ ହୋଇ ଶ୍ରାପ ଦେଇଦେଲେ । ଯାହାଫଳରେ ମନ୍ଦିର ବଙ୍କା ହୋଇଗଲା ।

ଆଉ ଏକ କାହାଣୀ ଅନୁଯାୟୀ, ଜଣେ ସନ୍ଥ ବନାରସର ରାଜାଙ୍କୁ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗିଥିଲେ । କିନ୍ତୁ ଏହାକୁ ସିଧା ସିଧା ମନା କରିଦେଲେ ରାଜା । ରାଜଙ୍କର ଏହି କଥା ଉପରେ ସନ୍ଥ କ୍ରୋଧିତ ହୋଇଗଲେ ଏବଂ ମନ୍ଦିର କଦାପି ପୂଜା ଯୋଗ୍ୟ ରହିବ ନାହିଁ ବୋଲି ଶ୍ରାପ ଦେଇଥିଲେ । ତେଣୁ ଏହି ମନ୍ଦିରରେ ଥିବା ଭଗବାନ ମହାଦେବ ବର୍ଷକ ମଧ୍ୟରୁ ୨ ରୁ ୩ ମାସ  ପୂଜା ପାଇଥାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *