ମୁମ୍ବାଇ: ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଜୋରଦାର। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଉଭୟ ବାନ୍ଧି ହେବାକୁ ଯାଉଛନ୍ତି। ୩୮ ବର୍ଷିୟ ଅଭିନେତା ବିଜୟ ବର୍ମା ଏକ ଏପରି ଅଭିନେତା ଯାହାଙ୍କ ଲୋକପ୍ରିୟତା ଓଟିଟି ପ୍ଲାଟଫର୍ମରେ ସବୁଠୁ ଅଧିକ। ଡାଲିଙ୍ଗସ୍, ମିର୍ଜାପୁର-୨, ଦାହାଡ ଏବଂ ଜାନେ ଜାନା ପରି ଫିଲ୍ମରେ ବିଜୟ ବର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।ବିଜୟ ଅନେକ ବଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ହେଲେ ତମନ୍ନାଙ୍କ ସହ ସମ୍ପର୍କକୁ ନେଇ ତାଙ୍କ ନାଁ ବେଶି ଚର୍ଚ୍ଚାରେ ରହିଛି। ବିଜୟ- ତମନ୍ନା ଉଭୟ ଏହି ରିଲେସନସିପକୁ ମଧ୍ୟ ସ୍ୱିକାର କରିଛନ୍ତି।
୩୪ ବର୍ଷିୟ ତମନ୍ନା ଭାଟିଆ କେବଳ ସାଉଥ ଇଣ୍ଡଷ୍ଟ୍ରି ନୁହେଁ ବରଂ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କ ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ସ୍ତ୍ରୀ-୨ର ଆଇଟମ୍ ଗୀତରେ ତମନ୍ନାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଗୀତ ମଧ୍ୟ ଦର୍ଶକକୁ ବେସ ପସନ୍ଦ ଆସିଥିଲା। ତମନ୍ନା ମଧ୍ୟ ବିଜୟଙ୍କ ସହ ରିଲେସନସିପକୁ ମଧ୍ୟ ସ୍ୱିକାର କରିଛନ୍ତି। ଏବଂ ବିବାହ କଥା ମଧ୍ୟ କହିଛନ୍ତି। ଦୁହିଁଙ୍କୁ ଅନେକ ଥର ବି-ଟାଉନରେ ଏକାଠି ଦେଖିବାକୁ ମିଳିଛି। ଦୁହିଁଙ୍କ ଯୋଡ଼ିକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରିଛନ୍ତି। ଦୁହିଁଙ୍କ ରିଲେସନସିପକୁ ନେଇ ଅନେକ ସମୟରେ ବିଟାଉନରେ ଗୁଜବ ଉଠେ। ହେଲେ ଏହି ଯୋଡ଼ି କୌଣସି ଗୁଜବକୁ ଖାତିର ନକରି ପରସ୍ପର ସମ୍ପର୍କରେ ଥିବା ପ୍ରକାଶ କରିଥିଲେ।
୨୦୨୩ରେ ଓଟିଟିରେ ଫିଲ୍ମ ଲଷ୍ଟ ଷ୍ଟୋରିଜ-୨ ରିଲିଜ ହୋଇଥିଲା। ଯେଉଁଥିରେ ବିଜୟ- ତମନ୍ନାଙ୍କୁ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ। ରିପୋଟ ମୁତାବକ ବିଜୟ ବର୍ମା ଏବଂ ତମନ୍ନା ଭାଟିୟା ୨୦୨୫ ବର୍ଷ ଆରମ୍ଭରୁ କିମ୍ବା ଶେଷ ବେଳକୁ ବିବାହ କରିବେ। ଖବର ଏହା ମଧ୍ୟ ରହିଛି ତମନ୍ନା- ବିଜୟ ଏକ ଆଲିସାନ ଆପାଟମେଂଟ ମଧ୍ୟ ଖୋଜୁଛନ୍ତି। ବିବାହ ପରେ ଦୁହେଁ ସେଠାକୁ ସିପ୍ଟ ହେବେ।
ଦୁହିଁଙ୍କୁ ବି-ଟାଉନରେ ଏକାଠି ଅନେକ ଥର ଦେଖିବାକୁ ମିଳିଥିଲା। ଏହା ପରେ ଉଭୟ ରିଲେସନସିପରେ ଥିବା କଥା ସ୍ୱିକାର କରିଥିଲେ। ଏବେ କୁହାଯାଉଛି ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ୨୦୨୫ରେ ଏନେଇ ଘୋଷଣା କରିପାରନ୍ତି ବିଜୟ-ତମନ୍ନା।