ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଯାଇଛି। କିଛି ଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ସେ ସଂଘର୍ଷ କରୁଛନ୍ତି। ଆଜି ଅସୁସ୍ଥ ହୋଇପଡ଼ିବାରୁୁ ତାଙ୍କୁ ଥାନେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

ଡାକ୍ତରମାନଙ୍କ ଏକ ଟିମ ଏବେ ତାଙ୍କର ଚିକିତ୍ସା କରୁଛନ୍ତି। ନିକଟରେ ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ସଚିନ ତେନ୍ଦୁଲକରଙ୍କ ସହ ନଜର ଆସିଥିଲେ, ଯେଉଁଥିରେ ସେ ବହୁତ ଅସୁସ୍ଥ ଦେଖାଯାଉଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚିନ୍ତା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ସମସ୍ୟା ସହ ବିନୋଦ କାମ୍ବଲିଙ୍କ ଆର୍ôଥକ ସ୍ଥିତି ମଧ୍ୟ ଭଲ ନାହିଁ।

ନିକଟରେ ଜଣେ ପ୍ରଶଂସକ ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ତାଙ୍କର ସମସ୍ତ ଆବଶ୍ୟକୀୟ ପରୀକ୍ଷା କରାଯାଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଛି। ନିକଟରେ କାମ୍ବଲି ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଗମ୍ଭୀର ପରିସ୍ରା ସଂକ୍ରମଣରେ ପୀଡ଼ିତ ଥିଲେ, ଯାହା କାରଣରୁ ସେ ଗତ ମାସରେ ଅଚେତ ହୋଇଯାଇଥିଲେ ଏବଂ ଭିଡିଓ ଭାଇରାଲ ହୋଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *