ନୂଆଦିଲ୍ଲୀ: ହ୍ୟାଣ୍ଡବ୍ୟାଗ ଅବା ଭ୍ୟାନିଟ୍ ସମସ୍ତଙ୍କ ପସନ୍ଦ। ହ୍ୟାଣ୍ଡବ୍ୟାଗର ଚାହିଦା ମଧ୍ୟ ବଜାରରେ ବେଶୀ। ମହିଳାମାନଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ବ୍ରାଣ୍ଡେଡ୍ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି। ଆଉ ଏହି ଷ୍ଟାଇଲିସ୍ ବ୍ୟାଗ କିଣିବାକୁ ମହିଳାମାନେ ମଧ୍ୟ ରୁଚି ରଖୁଛନ୍ତି। କମ୍ ଦାମ୍ ରୁ ଆରମ୍ଭ କରି ଅଧିକ ଦାମ୍ ପର୍ଯ୍ୟନ୍ତ ମାର୍କେଟରେ ସବୁ କିଛି ମିଳିଯାଉଛି।
ସାଧାରଣତଃ ମହିଳାମାନେ ଘରୁ ବଜାର ଯାଆନ୍ତୁ କି କେଉଁଆଡ଼େ ବୁଲିବାକୁ ଯାଆନ୍ତୁ ହାତରେ ଭ୍ୟାନିଟ୍ ଅବା ହ୍ୟାଣ୍ଡବ୍ୟାଗ ନେବାକୁ କେବେ ଭୁଲି ନଥାନ୍ତି। ଦାମୀ ହ୍ୟାଣ୍ଡବ୍ୟାଗକୁ ଅନେକ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି ଅଖା ହ୍ୟାଣ୍ଡବ୍ୟାଗ ଏବେ ବିଦେଶରେ ମହିଳାଙ୍କ ପ୍ରିୟ ହେଉଛି। ସୁନ୍ଦର ଏବଂ ଶସ୍ତାକୁ ବାଛି ନେଇଛନ୍ତି ମହିଳା।
ଆମେରିକାରେ ମହିଳାଜଣକଙ୍କ ହ୍ୟାଣ୍ଡବ୍ୟାଗ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଜଣକ ରୟାଲ ବାସୁମତି ଚାଉଳର ଏକ ଅଖାରୁ ଏକ ହ୍ୟାଣ୍ଡବ୍ୟାଗ୍ ତିଆରି କରିଛନ୍ତି । ଏହାକୁ ଅମାଣ୍ଡା ଜନ୍ ମଙ୍ଗଲାଥିଲ ନାମକ ଜଣେ ଆମେରିକୀୟ ମହିଳା ସୋସିଆଲମିଡିଆରେ ସେୟାର କରିଛନ୍ତି । ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରି ସେ କ୍ୟାପସନରେ ଲେଖିଛନ୍ତି, ଦେଖନ୍ତୁ ଆମେରିକାରେ କେଉଁ ଟ୍ରେଣ୍ଡ ଚାଲିଛି।
ମହିଳା ଜଣକ ବ୍ରାଣ୍ଡେଡ୍ ବ୍ୟାଗ୍ ଛାଡି ବାସୁମତି ଚାଉଳର ଏକ ବ୍ୟାଗ୍ ନେଇ ସେଲୁନ୍ କୁ ଆସିଛନ୍ତି । ଅମାଣ୍ଡା ତାଙ୍କ ଭିଡିଓରେ କହିଛନ୍ତି ଯେ, ଏହା ଭାରତରେ ବହୁତ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରେ ଏହି ଟ୍ରେଣ୍ଡ ଚାଲିଲାଣି । ଆପଣ ଦେଖିପାରିବେ ଯେ ମହିଳା ଲଗଜରୀ ବ୍ୟାଗ ନେବା ପରିବର୍ତ୍ତେ ଏହି ବ୍ୟାଗକୁ ବାଛିଛନ୍ତି ।୧୫ ଡିସେମ୍ବରରେ ଅପଲୋଡ ହୋଇଥିବା ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆଠଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।