ମହିଳାଙ୍କ ପାଦ ଛୁଇଁ ସମସ୍ତଙ୍କ ହୃଦୟ ଜିତିଲେ ବିରାଟ : ଭିଡ଼ିଓ ଭାଇରାଲ

ଦୁବାଇ: ହୃଦୟ ଜିତିଲେ ଷ୍ଟାର କ୍ରିକେଟର ବିରାଟ କୋହଲି । ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସମସ୍ତ ଖେଳାଳି ଫଟୋ ସୁଟ୍ କରୁଥିବା ବେଳେ ହଠାତ୍ ବିରାଟ ଯାଇ ଜଣେ ମହିଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିରାଟଙ୍କ ଏପରି କାର୍ଯ୍ୟ ଦେଖି ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।

୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳି ୪ ଉଇକେଟରେ ଜିତିଛି। ୨୦୧୩ ପରେ, ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର ରାଜା ପାଲଟିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ, ଷ୍ଟାଡିୟମରେ ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଏକତ୍ରିତ ହୋଇଥିଲେ। ବିରାଟ ପରମ୍ପରା, ପ୍ରତିଷ୍ଠା ଏବଂ ଶୃଙ୍ଖଳା ପାଳନ କରି ଲୋକଙ୍କ ହୃଦୟ ଜିତିଥିଲେ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଜୟ ପରେ ଫଟୋଶୁଟ ଚାଲିଥିଲା ପ୍ରତ୍ୟେକ ଖେଳାଳି ଖୁସିରେ ଫଟୋ ପୋଜ ଦେଇଥିଲେ ।

ଏହି ସମୟରେ କୋହଲିଙ୍କ ନଜର କ୍ରିକେଟର ମହମ୍ମଦ ଶାମିଙ୍କ ମା’ଙ୍କ ଉପରେ ପଡ଼ିଥିଲା । ହଠାତ ତାଙ୍କୁ ଦେଖି ତାଙ୍କ ପାଖକୁ ଯାଇ ପାଦ ଛୁଇଁ ପ୍ରଣାମ କରିଥିଲେ। ପାଦ ଛୁଇଁବା ମାତ୍ରେ ଶାମିଙ୍କ ମା’ ମଧ୍ୟ କୋହଲିଙ୍କ ପିଠିରେ ହାତ ଥାପୁଡ଼ାଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହା ପରେ ସେ ଶାମିଙ୍କ ପରିବାର ସଦସ୍ୟଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ଶାମିଙ୍କ ମା’ ଏବଂ କୋହଲିଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ କହି ରଖୁଛୁ, ଫାଇନାଲ ମ୍ୟାଚ୍‌ରେ ମହମ୍ମଦ ଶାମିଙ୍କ ଇନିଂସ ସେତେ ଖାସ ନ ଥିଲା। ସେ ୯ ଓଭର ବୋଲିଂ କରି ୭୪ ରନ ଦେଇଥିଲେ ଏବଂ ଡାରିଲ ମିଚେଲଙ୍କ ଉଇକେଟ ମଧ୍ୟ ନେଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *