ମତଦାନ କଲେ ସେଲିବ୍ରିଟି

ମୁମ୍ବାଇ: ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ଏହି ନିର୍ବାଚନୀ ପ୍ରକିୟାରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସାଧାରଣ ଭୋଟରଙ୍କ ସମେତ ବଲିଉଡ ଷ୍ଟାର ବି ବେଶ୍ ଉତ୍ସୁକ ଅଛନ୍ତି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି ବଲିଉଡ଼ର ଅନେକ ସୁପରଷ୍ଟାର । ଅଭିନେତା ଅକ୍ଷୟ କୁମାର, ରାଜକୁମାର ରାଓ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍ ଅଖତ. ସୁନୀଲ ଶେଟ୍ଟୀ, କାର୍ତ୍ତିକ ଆର୍ଯ୍ୟ, ଅଭିନେତ୍ରୀ ରୂପାଲି ଗାଙ୍ଗୁଲି, ଜୋୟା ଅଖତର, ସୁଭାଷ ଘାଇ ଓ ତାଙ୍କ ପତ୍ନୀ ପ୍ରମୁଖ ଭିନ୍ନ ଭିନ୍ନ ବୁଥ୍‌ରେ ଯାଇ ମତଦାନ କରିଛନ୍ତି । ଭୋଟ ଦେବା ପରେ ଅନେକ ସେଲିବ୍ରିଟ୍ ସୋସିଆଲ ମିଡ଼ିଆରେ ନିଜର ଫଟୋ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍‌ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି। ଅକ୍ଷୟ କୁମାରଙ୍କୁ ବାଦ ଦେଲେ ସ୍ତ୍ରୀ- ୨ ର ହିରୋ ରାଜକୁମାର, ମିର୍ଜାପୁର ଷ୍ଟାର ଅଲି ଫଜଲ ବି ସକାଳୁ ସକାଳୁ ଭୋଟ ଦେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ । ସେହିପରି ଆକ୍ଟର -ଫିଲ୍ମମେକର ଫରହାନ ଅଖତର ନିଜ ଫିଲ୍ମମେକର ଭଉଣୀ ଜୋୟା ଅଖତରଙ୍କ ସହ ବାନ୍ଦ୍ରା ପୋଲିଂ ଷ୍ଟେଶନରେ ପହଞ୍ଚି ଭୋଟ ଦେଇଛନ୍ତି। ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଆଜି ସକାଳେ ଆରମ୍ଭ ହୋଇଛି ଭୋଟିଂ। ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ନଭେମ୍ବର ୨୩ରେ ଭୋଟ ଗଣନା ହେବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *