ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିରେ ଟ୍ରେଣ୍ଡ ପାଲଟିଛି ଫଟୋସୁଟ୍। ବାହାଘର ହେଉକି ଏନଗେଜମେଣ୍ଟ କି ବେବି ସାୱାର ଏସବୁରେ ଫଟୋସୁଟ୍ ଟ୍ରେଣ୍ଡ ପାଲଟିଛି। ସେଥିପାଇଁ ସାଜସଜ୍ଜା ବି ବେଶ ଆକର୍ଷଣୀୟ ହୋଉଛି। ଆଉ ଏବେ ତ କଲର ବମ୍ ସବୁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ହେଲେ ଏବେ ସେହି କଲର ବମ୍ ଜଣେ କନ୍ୟାଙ୍କୁ ବିପଦରେ ପକାଇଛି। ଫଟୋସୁଟ୍ ବେଳେ କଲର ବମ୍ ଫାଟି କନ୍ୟା ଜଳିଯାଇଛନ୍ତି। ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କଲର ବମ୍ ଫାଟିବା ଦ୍ୱାରା କନ୍ୟା ଜଣଙ୍କର ମୁଣ୍ଡର କେଶ ପୋଡି ଯାଇଛି। ଏବଂ ପିଠି ପଛପଟ ମଧ୍ୟ ଅତି ଗଭୀର ଭାବରେ ପୋଡି ଯାଇଛି। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସବୁଠି ଚର୍ଚ୍ଚା ବଢୁଛି।
ବାହାଘର ପୂର୍ବରୁ ଫଟୋସୁଟ୍ ଏବେ ଟ୍ରେଣ୍ଡରେ ରହିଛି। ବାହାଘରକୁ ଅଧିକ ସ୍ମରଣୀୟ କରିବା ପାଇଁ ଲୋକମାନେ ଅନେକ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି। କାନାଡାରୁ ଭାରତ ଆସିଥିବା ଏକ ଦମ୍ପତି ମଧ୍ୟ ସେମାନଙ୍କର ବିବାହ ଫଟୋସୁଟ୍କୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥିଲେ।ଏବଂ ଫଟୋସୁଟ୍ ପାଇଁ ସମସ୍ତ ପ୍ରକାର ଆୟୋଜନ ମଧ୍ୟ ସରିଥିଲା। ଫଟୋସୁଟ୍ ବି ଆରମ୍ଭ ହୋଇଯାଇଥିଲା। ହେଲେ ଏହି ଫଟୋସୁଟ୍ କନ୍ୟାଙ୍କ ଉପରେ ମହଙ୍ଗା ପଡିଗଲା। ଫଟୋସୁଟ୍ ବେଳେ କନ୍ୟା ଜଣଙ୍କ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ।
ତେବେ ଘଟଣାଟି ହେଉଛି ଆଜିକାଲି ଯେକୌଣସି ଶୁଭ କାର୍ଯ୍ୟରେ କଲର ବମକୁ ମୁଖ୍ୟତଃ ଅଧିକ ପ୍ରାୟୋରିଟି ଦିଆଯାଉଛି। ଠିକ୍ ସେହିପରି ଏହି ଦମ୍ପତ୍ତି ମଧ୍ୟ ଫଟୋସୁଟରେ କଲର ବମର ବ୍ୟବହାର ବି କରିଥିଲେ। ବର ତାଙ୍କ କନ୍ୟାକୁ ଧରି ତାଙ୍କର ଫଟୋ ଉଠାଉଥିଲେ ଏବଂ ସେହି ସମୟରେ କଲର ବମ୍ ବିସ୍ଫୋରଣ କରିଥିଲା। ଏଥିରେ କନ୍ୟା ଆହାତ ହୋଇଥିଲେ।