ଶେଷ ସମୟରେ ବାରିପଦାବାସୀଙ୍କ କାନ୍ଧରେ ଯିବେ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛିି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଦେହାନ୍ତରେ କେବଳ ଓଲିଉଡ ନୁହେଁ, ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଉତ୍ତମଙ୍କ ପାର୍ôଥବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି । ଜଗନ୍ନାଥ ବିହାରସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ କରୁଛନ୍ତି । ପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯିବ।

ମୟୂରଭଞ୍ଜ ଜିଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ନିଜ ଜନ୍ମ ମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଶେଷ ସମୟରେ ବି ବାରିପଦାବାସୀଙ୍କ କାନ୍ଧରେ ଯିବେ ତାଙ୍କର ଶେଷ ଇଛା ଥିଲା । ସେ ବାରମ୍ବାର କହୁଥିଲେ ମୋ ଗାଁ ଲୋକଙ୍କ କାନ୍ଧରେ ମଶାଣିକୁ ଯିବି । ତାଙ୍କ ମୃତ୍ୟୁଖବର ପାଇ ଗାଁର ଅନେକ ଲୋକ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି । ଉତ୍ତମଙ୍କ ଶେଷ ଦର୍ଶନ କରିବା ସହ କାନ୍ଧ ବି ଦେବେ ବୋଲି କହିଛନ୍ତି ପରିବାର ଲୋକେ ।

ଉତ୍ତମ ୧୩୫ ଓଡ଼ିଆ ଫିଲ୍ମରେ ଅଭିନୟ କରିବା ସହ ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତିି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା। ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ର୍ନିମିତ ଏକ ବଲିଉଡ ହିନ୍ଦୀ ଡ୍ରାମା ଥ୍ରୀଲର ଚଳଚ୍ଚିତ୍ର। ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଘରେ ଘରେ ବେଶ୍ ପରିଚିତ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *