ନୂଆଦିଲ୍ଲୀ: ଭାରତରେ ଗୋଟେ ପଟେ ହିମାଳୟ ଅନ୍ୟ ୩ ପଟେ ରହିଛି ସମୁଦ୍ର। ଏହି ସମୁଦ୍ର ସହ ଜଡ଼ିତ ଅନେକ ରୋଚକ କଥା ଅଛି। ଯାହାକୁ ଲୋକ ଜାଣିବାକୁ ଚାହାଁନ୍ତି। କୁହାଯାଏ ଭାରତର ସବୁଠାରୁ ଗଭୀର ସମୁଦ୍ର ହିନ୍ଦ ମହାସାଗର।
ଏହି ସମୁଦ୍ରର କ୍ଷେତ୍ରଫଳ ପ୍ରାୟତଃ ୭.୪ କୋଟି ବର୍ଗ କିଲୋମିଟର। ଏହି ମହାସାଗରେ ଦକ୍ଷିଣ ଭାଗ ଆଫ୍ରିକାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଗଭୀର। ଏହାର ଉତ୍ତର ପଶ୍ଚିମରେ ଭାରତ ଅବସ୍ଥିତ।
ମିଡିଆ ରିପୋର୍ଟସ ମୁତାବକ ଏହି ସମୁଦ୍ରର ସବୁଠାରୁ ଗଭୀର ଅଂଶ ହେଉଛି ଜାଭା ଟ୍ରେଞ୍ଚ। ଏହି ମହାସାଗରର ଗଭୀର ପ୍ରାୟ ରହିଛି ୭ ହଜାର ୪୫୦ ମିଟର।ଏହି ମହାସାଗରର ଅଧିକାଂଶ ଭାଗ ପୃଥୀର ଦକ୍ଷିଣ ଗୋଲକରେ ଆସୁଛି। ଏହାକୁ ତାମିଲନାଡ଼ୁର କନ୍ୟାକୁମାରୀ ଠାରୁ ଦେଖିପାରିବେ। ଏହି ମହାସାଗରର ନାମ ଭାରତ ନାମ ଅନୁସାରେ ରଖାଯାଇଛି।