ଏହା ପଛର କାରଣ କ’ଣ?

ବ୍ୟୁରୋ: ଆପଣମାନେ ପର୍ବତାରୋହୀଙ୍କୁ ବଡ଼ ବଡ଼ ପାହାଡ଼ ଚଢ଼ୁଥିବା ଦେଖିଥିବେ । କିନ୍ତୁ ଆପଣମାନେ ଜାଣିଛନ୍ତି ଦୁନିଆରେ ଅନେକ ପାହାଡ ଅଛି ଯେଉଁଥିରେ ପର୍ବତାେରାହୀ ଚଢ଼ିବାକୁ ଅନୁମତି ନାହିଁ । ଏହି ତାଲିକାରେ କୈଳାଶ ପର୍ବତ, କଂଜନଜଂଘା ପବର୍ତ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

କୈଳାଶ ପର୍ବତ

କୈଳାଶ ପର୍ବତ ହିନ୍ଦୁଙ୍କ ବ୍ୟତୀତ ଜୈନ ଏବଂ ବୌଦ୍ଧ ଧର୍ମରେ ବହୁତ ପବିତ୍ର ବୋଲି କୁହାଯାଏ । ଏହାକୁ ଦେଖିବା ପାଇଁ ପ୍ରତି ବର୍ଷ ବହୁ ଦୂରରୁ ତୀର୍ଥଯାତ୍ରୀ ଆସନ୍ତି । ଏହି ପର୍ବତ ବହୁତ ବିପଦଜନକ ଥିବାରୁ ଏହା ଉପରେ ଚଢ଼ିବାକୁ କାହାକୁ ଅନୁମତି ଦିଆଯାଏନି ।

ଭଗବାନ ଶିବ ଆଜିର ଏହି ଭୌତିକ ଦୁନିଆରେ ଆଜି ବି ଏହି କୈଳାଶ ପର୍ବତ ଉପରେ ବାସ କରନ୍ତି। କୁହାଯାଏ ଆମ ପୃଥିବୀର କେନ୍ଦ୍ର ସ୍ଥଳ ଏହି ପର୍ବତ । ମାନସରୋବର୍ ନିକଟରେ ଅବସ୍ଥିତ କୈଳାଶ ପର୍ବତ। ଏହି ପର୍ବତ ସମୁଦ୍ର ସତ୍ତା ଠାରୁ ୨୨ ହାଜର ୬୮ ଫୁଟ ଉଚ୍ଚରେ ରହିଛି । ତିବତରେ ଅବସ୍ଥିତ କୈଳାଶ ପର୍ବତ ।

ଏହା ଦୁନିଆର ସବୁଠୁ ଉଚ୍ଚତମ ପର୍ବତ ମାଉଣ୍ଟ ଏଭରେଷ୍ଟ ଅଟେ। ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଅଟେ। ମାଉଣ୍ଟ ଏଭରେଷ୍ଟ ଉପରେ ୬ ହାଜର ରୁ ଅଧିକ ଲୋକ ଚଢ଼ି ସାରିଲେଣି। ହେଲେ କେବେ ଆପଣଙ୍କୁ ପ୍ରଶ୍ନ ଆସିଛି କି କୈଳାଶ ପର୍ବତ ୬ ହଜାର ୬୩୮ମିଟର ହୋଇ ବି ଏହା ଉପରେ କେହି ଚଢ଼ି ପାରି ନାହାନ୍ତି କାହିଁକି? ଏହାର କାରଣ କଣ ହୋଇପାରେ? କାହିଁକି ଯିଏ କୈଳାଶ ପର୍ବତ ଉପରେ ଚଢ଼ିବାକୁ ଯାଉଛି ବଞ୍ଚିକି ଫେରୁନି ନଚେତ୍ ରାସ୍ତା ଭୁଲି ଯାଉଛି ? ଏହି ପର୍ବତ ବହୁତ ବିପଦଜନକ ଥିବାରୁ ଏହା ଉପରେ ଚଢ଼ିବାକୁ କାହାକୁ ଅନୁମତି ଦିଆଯାଏନି ।

ଗଙ୍ଗଖାର ପୁଏନସୁମ୍

ଭୁଟାନର ନିୟମ ଅନୁଯାୟୀ, ସେହି ଦେଶର କୌଣସି ବ୍ୟକ୍ତି ୬୦୦୦ ମିଟରରୁ ଅଧିକ ପର୍ବତ ଉପରକୁ ଚଢ଼ି ପାରିବେ ନାହିଁ। ଏହାଠାରୁ ଅଧିକ ଉଚ୍ଚ ପର୍ବତ ଉପରକୁ ଯିବା ନିଷେଧ । ଏଥି ସହିତ ଭୁଟାନରେ ଅବସ୍ଥିତ ଗଙ୍ଗଖାର ପୁଏନସୁମ୍ ୭,୫୦୦ ମିଟରରୁ ଅଧିକ ଉଚ୍ଚ ଅଟେ | ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ପର୍ବତର ଧାର୍ମିକ ଗୁରୁତ୍ୱ ରହିଛି। ଏହି କାରଣରୁ ଗଙ୍ଗଖାର ପୁଏନସୁମ୍ ଉପରକୁ ଚଢ଼ୁଥିବା ଲୋକଙ୍କ ପାଇଁ ଏହି ନିଷେଧାଦେଶ ରହିଛି।

କଞ୍ଚନଜଂଘା

ସିକ୍କିମର ଲୋକମାନେ କଞ୍ଚନଜଂଘା ପର୍ବତକୁ ଭଗବାନ ଏବଂ ଦେବତାଙ୍କ ଘର ବୋଲି ଭାବନ୍ତି। ଏଥି ସହିତ, ଏହି ଧାର୍ମିକ ବିଶ୍ବାସ ହେତୁ ସିକ୍କିମ ସରକାର କଞ୍ଚନଜଂଘା ପର୍ବତ ଉପରକୁ ଯିବାକୁ ବାରଣ କରିଛନ୍ତି। ଯଦିଓ ପୂର୍ବରୁ କଞ୍ଚନଜଂଘା ପର୍ବତ ଉପରକୁ ଚଢ଼ିବା ଉପରେ କୌଣସି ପ୍ରତିବନ୍ଧକ ନଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ନିଷିଦ୍ଧ କରାଯାଇଛି।

ମାଛାପୁଛରେ

ମାଛାପୁଛରେ ଏହି ପର୍ବତ ନେପାଳରେ ଅବସ୍ଥିତ | ଗୁରୁଙ୍ଗୁ ସମ୍ପ୍ରଦାୟ ଏବଂ ହିନ୍ଦୁମାନେ ମାଛାପୁଛରେକୁ ପବିତ୍ର ବୋଲି ବିବେଚନା କରନ୍ତି | ଏହା ପଛରେ ଧାର୍ମିକ ବିଶ୍ୱାସ ହେଉଛି ଏହା ଭଗବାନ ଶିବଙ୍କ ଘର। ଏଥି ସହିତ ନେପାଳ ସରକାର ଏହି ପର୍ବତକୁ ଅଭିଯାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଲୋକମାନେ ଏହି ପର୍ବତ ଉପରକୁ ଯାଇପାରିବେ ନାହିଁ |

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *