ଜାଣିବା ଅଧିକ ରେଳ ଷ୍ଟେସନ ରାଜ୍ୟର ନାଁ

ନୂଆଦିଲ୍ଲୀ: ଭାରତୀୟ ରେଳ ଦୁନିଆ ଚତୁର୍ଥ ସବୁଠାରୁ ବଡ଼ ନେଟୱାର୍କ। ଯାହାକୁ ଦେଶର ଲାଇଭ ଲାଇନ୍ କୁହାଯାଏ। କୁହଯାଏ ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। ସେହିପରି ୧୨ ଲକ୍ଷରୁ ଅଧିକ ଲୋକ ରେଳ ବିଭାଗରେ ଚାକିରି ମଧ୍ୟ କରିଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ ଦେଶରେ ପାଖାପାଖି ୭ହଜାର ରେଲୱେ ଷ୍ଟେସନ ଅଛି। କ’ଣ ଆପଣ ଜାଣିଛନ୍ତି କି ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ରେଳ ଷ୍ଟେସନ ଅଛି। ଆଜି ଜାଣିବା ଏହି ବିଷୟରେ। ଭାରତର କେଉଁ ରାଜ୍ୟରେ ଅଧିକ ରେଳ ଷ୍ଟେସନ ଅଛି।

ତଥ୍ୟ ଅନୁଯାୟୀ ଭାରତର ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ରେଲୱେ ଷ୍ଟେସନ ଅଛି। ଏଠାରେ ପାଖାପାଖି ୫୫୦ ରେଳ ଷ୍ଟେସନ ଅଛି। ଯେଉଁଥିରୁ ୨୩୦ ଉତ୍ତର ମଧ୍ୟ ରେଳ ବିଭାଗରୁ ଆସେ। ଏହା ବ୍ୟତୀତ ୧୭୦ରୁ ଅଧିକ ଉତ୍ତର ପୂର୍ବ ରେଲୱେ ଜୋନରେ ଆସେ।

ସେହିପରି ଉତ୍ତର ପ୍ରଦେଶର ସବୁଠାରୁ ବଡ଼ ରେଲୱେ ଷ୍ଟେସନ ହେଉଛି ଗୋରଖପୁର ରେଲୱେ ଷ୍ଟେସନ। ଏହାର ଦୁନିଆର ସବୁଠାରୁ ବଡ଼ ପ୍ଲାଟ ଫ୍ଲର୍ମ ରେଲୱେ ଷ୍ଟେସନରେ ସାମିଲ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *