ପ୍ରୟାଗରାଜ: ଆଉ ଦିନ କେଇଟା ପରେ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ସାଧୁ, ଅଘୋରୀ ବାବାଙ୍କ ଭିଡ଼ ଲାଗିଲାଣି। ଏଠାରେ କିଛି ବାବା ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ହେଲେ ଏହି ସବୁ ଭିତରେ ଜଣେ ବାବା ତାଙ୍କ ଖାସ୍ ଅନ୍ଦାଜ ପାଇଁ ବେଶ ଜଣାଯାଉଛନ୍ତି। ତାଙ୍କୁ ପାଖରେ ଥିବା ରହସ୍ୟମୟ ଚାବି ପାଇଁ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଲୋକେ ତାଙ୍କୁ ଚାବି ବାଲା ବାବା ମଧ୍ୟ କହିଛନ୍ତି। ବାବାଙ୍କ ହାତରେ ୨୦ କିଲୋର ବିରାଟ ଲୁହା ଚାବି ଅଛି। ଯାହା ତାଙ୍କ ଆଧ୍ୟାତ୍ମିକ ସନ୍ଦେଓ ଏବଂ ଜୀବନର ଉର୍ଦ୍ଦେଶ୍ୟ ପ୍ରତୀକ। ଏହି ଚାପି ପଛରେ ଲୁଚିଥିବା ରହସ୍ୟ ଏବଂ ବାବାଙ୍କ ଅବିଶ୍ୱାସନୀୟ ଯାତ୍ରା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ।
ଚାବି ସହିତ ବାବାଙ୍କର ପ୍ରକୃତ ନାମ ହେଉଛି ହରିଚନ୍ଦ୍ର ବିଶ୍ୱକର୍ମା । ୫୦ ବର୍ଷିୟ ବାବା ଉତ୍ତରପ୍ରଦେଶର ରା ବରେଲି ଜିଲ୍ଲାର ବାସିନ୍ଦା । ସେ ପିଲାଦିନରୁ ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲେ । ତେବେ ତାଙ୍କ ପରିବାର ଏବଂ ସମାଜ କ’ଣ ଭାବିବେ ସେଥିପାଇଁ ସେ ଏହାକୁ ଖୋଲାଖୋଲି ଭାବରେ ପ୍ରକାଶ କରିପାରିନଥିଲେ। ୧୬ ବର୍ଷ ବୟସରେ ସେ ନିଜ ଘର ଛାଡି ସମାଜର ମନ୍ଦତା ଏବଂ ଘୃଣାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କବୀରପନ୍ଥୀ ଆଦର୍ଶ ଗ୍ରହଣ କରିଥିବାରୁ ଲୋକମାନେ ତାଙ୍କୁ ‘କବିରା ବାବା’ ବୋଲି କହିବା ଆରମ୍ଭ କରିଥିଲେ।
ବାବାଙ୍କ କହିବାନୁସାରେ, ତାଙ୍କ ସହିତ ଉପସ୍ଥିତ ଥିବା ଏହି ଚାବି କେବଳ ଲୁହା ଖଣ୍ଡ ନୁହେଁ, ବରଂ ଜୀବନ ଏବଂ ସତ୍ୟର ପ୍ରତୀକ । ବାବା କୁହନ୍ତି, “ଏହି ଚାବି ହେଉଛି ଲୋକଙ୍କ ମନରେ ଅହଂକାର ଏବଂ ଅନ୍ଧକାରର ତାଲା ଖୋଲିବା। ସେ ବିଶ୍ୱାସ କରନ୍ତି ଯେ ମାନବ ଜୀବନର ପ୍ରକୃତ ଉଦ୍ଦେଶ୍ୟ ତାଙ୍କ ଭିତରେ ଲୁଚି ରହିଛି। ଚାବି ସହିତ ସେ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିଛନ୍ତି। ତାଙ୍କ ବାର୍ତ୍ତା ହେଉଛି ଆଧ୍ୟାତ୍ମିକତା ଏକ ବାହ୍ୟ ଜିନିଷ ନୁହେଁ, ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଅଛି ।
ଚାବିୱାଲା ବାବା ସାଇକେଲରେ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜ ପାଇଁ ଏକ ନିଆରା ରଥ ପ୍ରସ୍ତୁତ କରିଛନ୍ତି। ବିଶେଷ କଥା ହେଉଛି ଏହି ରଥ ଟାଣିବା ପାଇଁ ଇଞ୍ଜିନ କିମ୍ବା ଘୋଡା ନାହିଁ । ବାବା ନିଜେ ଏହାକୁ ନିଜେ ଟାଣନ୍ତି । ବାବା କହିଛନ୍ତି ମୋର କାହାର ସାହାଯ୍ୟ ଦରକାର ନାହିଁ। ମୋର ଶକ୍ତି ଏବଂ ଆତ୍ମବିଶ୍ୱାସ ଅଛି । ଏହି ରଥ ମୋର ବିଶ୍ୱାସ ଏବଂ ମୁଁ ନିଜେ ଏହାକୁ ଟାଣେ । ତାଙ୍କର ଆତ୍ମନିର୍ଭରଶୀଳ ଶୈଳୀ ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି ।