ବିଜେପି-ଶିବସେନା-ଜେଏମଏମ: କିଏ କେତେ ସିଟରେ ହେଲେ ବିଜୟୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ଗତକାଲି ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି । କିଏ କେଉଁଠାରେ ବାଜିମାତ୍ କରିଛି ତାହା ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ ପରିବାରବାଦର ବିଜୟ ହୋଇଛି । ତେବେ ବିଜେପି ପିନ୍ଧିଛି ବିଜୟ ମୁକୁଟ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ହୁଙ୍କାର ଦେଖିବାକୁ ମିଳିଛି । ଅନ୍ୟପଟେ ଝାଡଖଣ୍ଡ କଥା ଯଦି ଦେଖିବା ଝାଡଖଣ୍ଡରେ ଜେଏମଏମ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ବଡ ବିଜୟ ହାସଲ କରିଛି । ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ସମସ୍ତ ରେକର୍ଡ ପାର୍ କରିଛି । ଏହା ଏକ ପ୍ରକାର ବଡ ବିଜୟ ଅଟେ । ମହାରାଷ୍ଟ୍ରରେ ଆଜି ପରିବାରବାଦର ବିଜୟ ହୋଇଛି । ବିଭାଜନକାରୀ ଶକ୍ତି ଓ ନକରାତ୍ମକ ରାଜନୀତି ହାର୍ ମାନିଛି । ମିଥ୍ୟା, କପଟର ଶୋଚନୀୟ ପରାଜୟ ହୋଇଛି । ବିକାଶ, ସୁଶାସନ,ଏବଂ ସତ୍ୟ ନ୍ୟାୟ ବିଜୟ ମୁକୁଟ ପିନ୍ଧିଛି । ଏହା ବିଗତ ୫୦ ବର୍ଷରେ ମହାରାଷ୍ଟ୍ରରେ କୌଣସି ଦଳ ବା ମେଣ୍ଟର ସର୍ବବୃହତ୍ ବିଜୟ ହୋଇଛି । ଲଗାତର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ରାଜ୍ୟବାସୀ ଆଶୀର୍ବୀଦ କରିଛନ୍ତି ।

ଝାଡଖଣ୍ଡ

  • ଭାରତୀୟ ଜନତା ପାର୍ଟି: ୨୧
  • ଭାରତୀୟ ଜାତୀୟ କଂଗ୍ରେସ: ୧୬
  • ରାଷ୍ଟ୍ରିୟ ଜନତା ଦଳ: ୪
  • କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ:୨
  • AJSU ପାର୍ଟି: ୧
  • ଲୋକ ଜନଶକ୍ତି ପାର୍ଟି:୧
  • ଝାଡଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା-୧
  • ଜନତା ଦଳ:୧
  • ମହାରାଷ୍ଟ୍ର
  • ଭାରତୀୟ ଜନତା ପାର୍ଟି: ୧୩୨
  • ଶିବସେନା:୫୭
  • ଜାତୀୟତାବାଦୀ କଂଗ୍ରେସ ପାର୍ଟି: ୪୧
  • ଶିବସେନା (ଉଦ୍ଧବ ବାଲାସାହେବ ଠାକରେ): ୨0
  • ଭାରତୀୟ ଜାତୀୟ କଂଗ୍ରେସ: ୧୬
  • ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର): ୧0
  • ସମାଜବାଦୀ ପାର୍ଟି-୨
  • ଜନ ସୁରଜ୍ୟ ଶକ୍ତି-୨
  • ରାଷ୍ଟ୍ରୀୟ ଯୁବା ସ୍ବାଭିମାନ ପାର୍ଟି-୧
  • ରାଷ୍ଟ୍ରୀୟ ସମାଜ ପକ୍ସା-୧
  • ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ: ୧
  • କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ): ୧
  • ଭାରତର କୃଷକ ଏବଂ ୱାର୍କର୍ସ ପାର୍ଟି: ୧
  • ରାଜର୍ଶୀ ଶାହୁ ବିକାଶ ଆଗାଡି: ୧
  • ସ୍ୱାଧୀନ: ୨
Dateline Odisha

Dateline Odisha

Leave a Reply

Your email address will not be published. Required fields are marked *