ବୃନ୍ଦାବନ: ରଙ୍ଗରେ ଭିଜିଲେ ବିଧବା । ବୃନ୍ଦାବନରେ ହୋଲି ଖେଳିଲେ ବିଧବା । ପ୍ରଭୁଙ୍କ ନିକଟରେ ପ୍ରତିଟି ଜୀବନ ରଙ୍ଗମୟ । ଏହାକୁ ଆଧାର କରି ବୃନ୍ଦାବନରେ ବିଧବାମାନେ ହୋଲି ଖେଳିଛନ୍ତି ।
ସାଧାରଣତଃ ସମାଜରେ ବିଧବା ହେଇ ବଞ୍ଚିବା ଏତେ ସହଜ ନୁହେଁ । ତେଣୁ ଅନେକ ବିଧବା ବୃନ୍ଦାବନରେ ରହିବାକୁ ପସନ୍ଦ କରିଥାନ୍ତି ।
ସେଠାରେ ରହି ପ୍ରଭୁଙ୍କ ନାମ ଜପି ଜୀବନ ଅତିବାହିତ କରିଥାନ୍ତି । ବୃନ୍ଦାବନ- ଯେଉଁଠି ନିଜ ବାଲ୍ୟ ଅବସ୍ଥା ବିତାଇଥିଲେ ପ୍ରଭୁ ଶ୍ରୀକୃଷ୍ଣ ତାହା କାଇଁ କେଉଁ କାଳରୁ ବିଧବାମାନଙ୍କ ପାଇଁ ଆଶ୍ରୟଶ୍ଥଳୀ ପାଲଟିଛି । ସମାଜରୁ ଦୂରେଇ ଆସିଥିବା, ସମାଜରେ ଜଟିଳତାର ସହ ବଞ୍ଚୁଥିବା ଏହି ବିଧବାମାନେ ରଙ୍ଗର ପର୍ବ ପାଳିବାକୁ ସାହସ କରିପାରନ୍ତିନି । ବିଧବାଟିଏ ହୋଲି ଖେଳିଲେ ବାର ଲୋକ ବାର କଥା କୁହନ୍ତି ।
ମାତ୍ର ବୃନ୍ଦାବନରେ ସେସବୁ ଲକ୍ଷ୍ମଣରେଖାକୁ ଲିଭାଇ ଦିଆଯାଇଛି । ଭଗବାନଙ୍କ ଦ୍ୱାରରେ ସମସ୍ତେ ସମାନ । ପ୍ରଭୁଙ୍କ ପାଖରେ ପ୍ରତିଟି ଜୀବନ ରଙ୍ଗମୟ । ତେଣୁ ବିଧବାଙ୍କ ପାଇଁ ଏଠି ପାଳନ ହୁଏ ହୋଲି । ଆଉ ରଙ୍ଗର ପର୍ବରେ ସମସ୍ତେ ଏଠି ହୋଲିରେ ମସଗୁଲ ହୁଅନ୍ତି । କୃଷ୍ଣଙ୍କ ପ୍ରେମରେ, କୃଷ୍ଣଙ୍କ ନାମରେ ପୁନଶ୍ଚ ଦେହରେ ମଥାରେ ବୋଳି ଦିଅନ୍ତି ଭକ୍ତିର ରଙ୍ଗ, ମୁକ୍ତିର ଅବିର, ପ୍ରାପ୍ତିର ପୁଳାପୁଳା ଫଗୁ ।