ଘୋଡ଼ାରେ ବସି ମଲରେ ବୁଲି ବୁଲି ସପିଂ କଲେ ମହିଳା: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଘୋଡ଼ାରେ ବସି ମଲରେ ସପିଂ କଲେ ମହିଳା । ଏହା ଜାଣିବା ପରେ ଆପଣଙ୍କୁ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଏହାର ଏକ ଭିଡ଼ିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜଣେ ମହିଳା ଘୋଡ଼ାରେ ବସି ମଲରେ ସପିଂ କରୁଥିବା ଦେଖିବାକୁ ମିଳିଛି ।

ଏହି ଭାଇରାଲ ଭିଡ଼ିଓ ଦେଖିବା ପରେ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଉଦି ଆରବର ପ୍ରସିଦ୍ଧ ଅଶ୍ୱାରୋହୀ ଶାମୁରୀ । ଘୋଡାରେ ତାଙ୍କର ଅନାନ୍ୟ ଷ୍ଟଣ୍ଟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଏକ ଘୋଡା ଉପରେ ବସି ସପିଂ କରୁଥିବା ଦେଖାଯାଇଛି । ଏହା ଦେଖି ମଲରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇଯାଇଥିଲେ । କିଛି ମହିଳାଙ୍କ ସହ ଫଟୋ ଉଠାଇବା ସହ ସେଲଫି ନେବାକୁ ଲାଗିଥିଲେ । ଆଉ କିଛି ଲୋକ ଏହା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ଏକ ଘୋଡ଼ା ଉପରେ ବସିଛନ୍ତି । ଆଉ ମହିଳା ଜଣକ ଘୋଡ଼ା ଉପରେ ବସି ମଲରେ ବୁଲି ବୁଲି ଜିନିଷ କିଣୁଛନ୍ତି । ଏହା ଦେଖିବା ପରେ ଅନେକ ଏହାକୁ ନାପସନ୍ଦ କରିଥିବା ବେଳେ ଆଉ କିଛି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *