୧୧୭ ବର୍ଷରେ ବୃଦ୍ଧାଙ୍କ ଦେହାନ୍ତ

ଜାପାନ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ରେକର୍ଡ ହୋଇଥିବା ବିଶ୍ୱର ସର୍ବ ପୁରାତନ ଜାପାନୀ ମହିଳା ଟୋମିକୋ ଇଟୁକାଙ୍କର ୧୧୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ମଧ୍ୟ ଜାପାନର ହାଇଗୋରେ ଆଶିୟା ସହରରେ ଥିବା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଇଟୁକାଙ୍କର ମୃତ୍ୟୁ ଘଟିଛି। ଏନେଇ ଆସିୟା ସହରର ବୃଦ୍ଧ ନୀତି ଦାୟିତ୍ୱରେ ଥିବା ୟୋସିତୁଗୁ ନାଗାଟ ନିଶ୍ଚିତ କରିଛନ୍ତି।

ଇଟୁକା, କଦଳୀ ଏବଂ କେଲପିସ୍ ନାମକ ଏକ ଦହି ଖାଇବାକୁ ପସନ୍ଦ କରନ୍ତି। ସେ ମେ ୨୩, ୧୯୦୮ ରେ ଜନ୍ମଗ୍ରହଣ କରିଥିଲେ। ସେ ଉଚ୍ଚ ବିଦ୍ୟାଳୟରେ ଭଲିବଲ୍ ଖେଳାଳି ଥିଲେ । ସେ ୩ ଭାଇଭଉଣୀଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ । ଇଟୁକା ୨୦ ବର୍ଷ ବୟସରେ ବିବାହ କରିଥିଲେ। ୧୯୭୯ ମସିହାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ସେ ଗୋଟିଏ ଝିିଅ, ଗୋଟିଏ ପୁଅ ଏବଂ ପାଞ୍ଚ ନାତି ନାତୁଣୀ ଅଛନ୍ତି।

ଜେରେଣ୍ଟୋଲୋଜି ରିସର୍ଚ୍ଚ ଗ୍ରୁପ୍ ଅନୁଯାୟୀ, ଇଟୁକାଙ୍କ ମୃତ୍ୟୁ ପରେ ଇନା କାନାବାରୋ ଲୁକସ୍ ବର୍ତ୍ତମାନ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇପାରିଛନ୍ତି। ବ୍ରାଜିଲର କେନାବାରୋଙ୍କୁ ଏବେ ୧୧୬ ବର୍ଷ । ଇଟୁକା ଜନ୍ମ ହେବାର ୧୬ ଦିନ ପରେ ସେ ଜନ୍ମ ହୋଇଥିଲେ । ଆଶିୟା ମେୟର ରୟୋସୁକେ ତାକାଶିମା କହିଛନ୍ତି ଯେ ଗତ ରବିବାର ଦିନ ଇଟୁକାଙ୍କର ମୃତ୍ୟୁ ଘଟିଛି। ସେ ଜୀବନ କାଳରେ ବିଶ୍ୱଯୁଦ୍ଧ ଏବଂ ମହାମାରୀର ସାକ୍ଷୀ ହେବା ସହିତ ଟେକ୍ନୋଲୋଜି ବଦଳିବା ମଧ୍ୟ ଦେଖିଛନ୍ତି। ତାଙ୍କର ଦୀର୍ଘ ଜୀବନ ଆମକୁ ଆଶା ଏବଂ ସାହସ ଦେଇଥିଲା । ତେବେ ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଜଟିଳତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।

ତାଙ୍କ ଦେହାନ୍ତରେ ଗିନିଜ ୱାର୍ଲ୍ଡ ରେକର୍ଡ ଦୁଃଖ ପ୍ରକାଶ କରିଛି। ଟୋମିକୋ ଇଟୁକା, ଦୁନିଆର ସର୍ବ ପୁରାତନ ବ୍ୟକ୍ତି ୧୧୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି ବୋଲି ଗିନିଜ ୱାର୍ଲ୍ଡ ରେକର୍ଡ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ପରିବାର ସହିତ ସମବେଦନା ଜଣାଇବା ସହ ଶ୍ରୀମତୀ ଇଟୁକା ତାଙ୍କ ଦୀର୍ଘ ଜୀବନରେ ଆମକୁ ବହୁତ ସାହସ ଏବଂ ଭରସା ଦେଇଥିଲେ ବୋଲି ଉଲ୍ଲେଖ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *