ବିବାହ ବନ୍ଧନରେ ବାନ୍ଧି ହେଲେ ହିମାଂଶ କୋହଲି

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ୟାରିୟାଂର ଷ୍ଟାର ହିମାଂଶ କୋହଲି । ଦିଲ୍ଲୀର ଏକ ମନ୍ଦିରରେ ଏକ ବ୍ୟକ୍ତିଗତ ସମାରୋହରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ। ତଥାପି, ତାଙ୍କ ପତ୍ନୀ କିଏ ଏବଂ ସେ କ’ଣ କରନ୍ତି ? ଏହି ସୂଚନା ପ୍ରକାଶ ପାଇନାହିଁ । କିନ୍ତୁ ନବ ବିବାହିତ ଦମ୍ପତିଙ୍କ ପ୍ରଥମ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ପ୍ରଶଂସକମାନେ ସେୟାର କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ହିମାଂଶ କୋହଲି ନିଜେ ନିଜ ଇନଷ୍ଟାଗ୍ରାମରେ ବିବାହ ରୀତିନୀତି ସମ୍ବନ୍ଧୀୟ କିଛି ଫୋଟୋ ସେୟାର କରିଛନ୍ତି, ଯାହାକୁ ନେଇ ଅନେକ ଆଲୋଚନା ହୋଇଛି

ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲି ତାଙ୍କ ରିଲେସନକୁ ନେଇ ଚର୍ଚ୍ଚାରେ ଥିଲେ । ନେହା ଏବଂ ହିମାଂଶ ମଧ୍ୟ ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ପରସ୍ପର ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିଥିଲେ ଏବଂ ଦୁହେଁ ନିଜ ପ୍ରେମ କାହାଣୀକୁ କେବେବି ଲୁଚାଇ ରଖିନଥିଲେ, କିନ୍ତୁ ହଠାତ୍ ଏପରି କିଛି ଘଟିଗଲା ଯେ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଥିଲା । ଏବଂ ସେମାନଙ୍କ ବ୍ରେକଅପ୍ ବହୁତ କଷ୍ଟଦାୟକ ଥିଲା । କେବଳ ଏତିକି ନୁହେଁ, ବ୍ରେକଅପ୍ ପରେ ନେହା କକ୍କର ରିଆଲିଟି ସୋ’ରେ ହିମାଂଶ କୋହଲିଙ୍କ ପାଇଁ ମଧ୍ୟ କାନ୍ଦିଥିଲେ। ଏହା ପରେ ହିମାଂଶ କୋହଲିଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା, କିନ୍ତୁ ପରେ ଦୁହେଁ ଅଲଗା ହୋଇଗଲେ ଏବଂ ନେହା କକ୍କର ରୋହନ ପ୍ରୀତଙ୍କୁ ବିବାହ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *