ନିଆରା ନିୟମ: ବିନା ମଦ,ଡ଼ିଜେରେ ହେଲେ ବିବାହ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଆଜିକାଲି ମଦ ପିଇବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ମଦ ବିନା କିଛି ଉତ୍ସବ ଫିକା ପଡ଼ିଯାଏ ବୋଲି ଲୋକଙ୍କ ଧାରଣା । ଯଦି ବିବାହରେ ମଦ ଓ ଡ଼ିଜେ ନ ବାଜିବ ତାହାହେଲେ ବିବାହ ଫିକା ପଡ଼ିଯାଇଥାଏ । ଏଭଳି ମାନସିକତାକୁ ଦୂରେଇବା ପାଇଁ ଏକ ଗ୍ରାମ ମୁଖିଆ ନିଆରା ନିୟମ ଲାଗୁ କରିଛନ୍ତିି । ଯଦି ବିବାହ ବା ଯେ କୌଣସି କାର୍ଯ୍ୟକ୍ରମରେ ମଦ ଓ ଡ଼ିଜେ ନ ବାଜିବ, ତାହାହେଲେ ସେହି ପରିବାରକୁ ପୁରସ୍କୃତ କରାଯିବ ବୋଲି ନିୟମ କରାଯାଇଛି ।

ସାମାଜିକ ସମାରୋହରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଦିଗରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ଉତ୍ସବରେ ମଦ୍ୟପାନ ଏବଂ ଡିଜେ ତାଳେ ତଳେ ଝୁମିବା ଏକ ସାଧାରଣ କଥା । କିନ୍ତୁ ଅନେକ ସ୍ଥାନରେ ଏହା ସାମାଜିକ ଦୃଷ୍ଟିକୋଣରୁ ଭଲ ନୁହେଁ । ଆଜିକାଲି ଅଧିକାଂଶ ବ୍ୟକ୍ତି ବିବାହ ଉତ୍ସବରେ ଲୋକଦେଖାଣିଆ ଖର୍ଚ୍ଚ କରିବାକୁ ପଛାଉନାହାଁନ୍ତି । ପଞ୍ଜାବ ବଥିଣ୍ଡା ଜିଲ୍ଲା ସ୍ଥିତ ବଲ୍ଲୋ ଗାଁରେ ବିବାହ ଉତ୍ସବରେ ମଦ-ଡିଜେ ପାଇଁ କଟକଣା ଲାଗୁ କରିଛନ୍ତି ଗାଁ ସରପଞ୍ଚ । । ନିକଟରେ ଗାଁର ସରପଞ୍ଚ ଅମରଜିତ କୌର ବିନା ମଦ ଓ ଡିଜେ ନାଚରେ ବିବାହ ଉତ୍ସବ ଆୟୋଜନ କରୁଥିବା ପରିବାରଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସରପଞ୍ଚ କହିଛନ୍ତି ଯେ, ବିନା ଡିଜେ- ମଦରେ ବିବାହ ଉତ୍ସବ ଆୟୋଜନ କଲେ ଉକ୍ତ ପରିବାରକୁ ନଗଦ ୨୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଗାଁର ମୋଟ୍ ଜନସଂଖ୍ୟା ପ୍ରାୟ ୫ ହଜାର ହୋଇଥିବାରୁ ଏଠି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାଗତ ମାହୋଲ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରପଞ୍ଚ୍ । ମାତାଲ ହୋଇ ନାଚୁଥିବା କିଛି ବ୍ୟକ୍ତି ହଙ୍ଗାମା କରିବା ସହ ଉତ୍ସବର ଶାନ୍ତି ଭଙ୍ଗ କରିଥାନ୍ତି । ଡିଜେ ଲଗାଇବା ଅନେକ ବ୍ୟକ୍ତିଙ୍କ ପାଇଁ ସମସ୍ୟାର କାରଣ ପାଲଟିପାରେ । ଉଚ୍ଚ ଡିଜେ ସଂଗୀତ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘତ ସୃଷ୍ଟି ହୋଇଥାଏ । ଉତ୍ସବ ସମୟରେ ମଦ ପାଇଁ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥାଏ । ଏଭଳି ନିୟମର ଉଦ୍ଦେଶ୍ୟ ବିବାହ ଉତ୍ସବରେ ଖୁସି ବାଣ୍ଟିବା ଏବଂ ଅଯଥା ଖର୍ଚ୍ଚରୁ ବର୍ତ୍ତିବା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *