ନୂଆଦିଲ୍ଲୀ: ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ । ସେ ବିଷଧର ହେଉ ବା ବିଷହୀନ, ଯେ କେହି ସାପକୁ ଦେଖିଲେ ଭୟ କରିବା ସ୍ୱଭାବିକ । କିନ୍ତୁ ଜଣେ ଯୁବତୀ ସାପ ସହିତ ଏପରି ବ୍ୟବହାର କରୁଛନ୍ତି ଯେମିତି କି ସେ ତାଙ୍କ ପରିବାରର ଜଣେ ସଦସ୍ୟ । ଯୁବତୀ ଜଣକ ଏକ ବିରାଟକାୟ ଅଜଗର ସହିତ ଗୋଟେ ବେଡ଼ରେ ଶୋଉଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଘୁରି ବୁଲୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୈରା ଲିଅନ୍ ନାମକ ଜଣେ ଯୁବତୀ ଏକ ବିରାଟ ଅଜଗର ସହିତ ଗୋଟିଏ ବେଡ଼ରେ ଶୋଇଛନ୍ତି। ସେ ରାତ୍ରି ପୋଷାକ ପିନ୍ଧି କମ୍ବଳ ଘୋଡି ହୋଇ ଶୋଇଛନ୍ତି। ତାଙ୍କ ପାଖରେ ଏକ ବିଶାଳ ଅଜଗର ଶୋଇଛି। ସାପକୁ ରାତିସାରା ନିଜ ବେଡ଼ରେ ରଖିଥାନ୍ତି। ସେ ସାପର ପାଟି ଆଗରେ ନିଜ ମୁଣ୍ଡ ରଖି ଶୋଇଛନ୍ତି। ସବୁଦିନ ଯୁବତୀଜଣକ ଏପରି କରୁଥିବା ବେଳେ ତାକୁ ଚୁମ୍ବନ କରୁଥିବା ମଧ୍ୟ ଦେଖାଯାଇଛି ।
କହିରଖୁଛୁ କି, ଲୈରା ଲିଅନ୍ ପ୍ରାୟତଃ ପଶୁମାନଙ୍କ ସହିତ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । ପୂର୍ବରୁ ସରିସୃପ ଏବଂ କୁମ୍ଭୀର ସହିତ ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଏବେ ଅଜଗର ସହିତ ଫଟୋ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ସାଜିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୬୪ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଲକ୍ଷ ଲକ୍ଷ ଲୋକ ଏହାକୁ ଏକ ସମୟରେ ଲାଇକ୍ ଏବଂ ସେୟାର କରିଛନ୍ତି। ଏହି ଭିଡିଓ ନେଇ ୩୦୦୦ରୁ ଅଧିକ କମେଣ୍ଟ ଦେଇଛନ୍ତି ।