ଓଟିଟି କରିବ ଦର୍ଶକଙ୍କ ମନୋରଞ୍ଜନ

ମୁମ୍ବାଇ: ୨୦୨୫ ପାଇଁ ଓଟିଟି କରିବ ଦର୍ଶକଙ୍କ ମନୋରଞ୍ଜନ। ଦମଦାର ୱେବସରିଜି ଓଟିଟିରେ ରିଲିଜ ହେବାକୁ ଯାଉଛି। ଭାରତୀୟ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଥ୍ରୀଲର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପର୍ଯ୍ୟନ୍ତ ସବୁକିଛି ୨୦୨୫ ର ପ୍ରଥମ ସପ୍ତାହରେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି । ଘରେ ରହି ଓଟିଟିରେ ଦର୍ଶକ ଭରପୁର ମନୋରଞ୍ଜନ କରିବେ। ଓଟିଟି ଏବେ ଏପରି ମାଧ୍ୟମ ହୋଇଗଲାଣୀ। ହାତ ପାହାନ୍ତାରେ ଲୋକ ନିଜ ମନୋରଞ୍ଜନ କରୁଛନ୍ତି। ଫିଲ୍ମ ହଲ ଯାଇ ସିନେମା ଦେଖିବା ଅପେକ୍ଷା ଓଟିଟି ଦର୍ଶକଙ୍କ ହେଉଛି ପ୍ରଥମ ପସନ୍ଦ। ଯଦି ଆପଣ ୨୦୨୫ ଆରମ୍ଭରେ ଏହି ଚଳଚ୍ଚିତ୍ର କିମ୍ବା ସିରିଜ୍ ଦେଖିବାକୁ ଚାହୁଁଛନ୍ତି, ତେବେ ଏହି ସପ୍ତାହର ଓଟିଟି ରିଲିଜ୍ ତାଲିକା ଏଠାରେ ଅଛି ।

ଅଲ ଓ୍ବି ଇମୋଜିନ୍ ଏଜ ଲାଇଟ୍
ପାୟଲ କପାଡିଆଙ୍କ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ଫିଲ୍ମ ‘ଅଲ ଓ୍ବି ଇମୋଜିନ୍ ଏଜ ଲାଇଟ୍’ ଏକ ନର୍ସ ପ୍ରଭାସ ଏବଂ ତାଙ୍କର ଫ୍ଲାଟମେଟ୍ ଅନୁ ଙ୍କ ଉପରେ କେନ୍ଦ୍ରିତ ହୋଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦିବ୍ୟା ପ୍ରଭା, କାନି କୁସୁରୁତି, ହ୍ରୁଦୁ ହାରୋନ୍, ଛାୟା କଦମ୍ ଏବଂ ଟିଣ୍ଟୁମୋଲ୍ ଜୋସେଫ୍ ଅଭିନୟ କରିଛନ୍ତି । ଜାନୁଆରୀ ୩, ୨୦୨୫ ରେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଆସିବ ।

ଗୁନାହ ସିଜିନ ୨
ପାୱାର୍ ପ୍ୟାକ୍ ମନୋରଞ୍ଜନ ଶୋ ‘ଗୁନାହ’ ଅନ୍ୟ ଏକ ସିଜିନ ସହିତ ପୁଣି ପରଦାକୁ ଫେରିଛି । ହିନ୍ଦୀ ଧାରାବାହିକରେ ଗଶ୍ମିର ମହାଜନୀ, ସୁରବି ଜ୍ୟୋତି, ଦର୍ଶନ ପାଣ୍ଡ୍ୟା ଏବଂ ଶଶାଙ୍କ କେତକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଗୁନହା ସିଜନ ୨ ଜାନୁଆରୀ ୩, ୨୦୨୫ ରେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ ।

ଏବିସି – ମେଁ ଟିମ୍ ହୁଁ
‘ଏବିସି – ମେଁ ଟିମ୍ ହୁଁ’ ଡକ୍ୟୁମେଣ୍ଟାରୀ ଏକ ଲାଜକୁଳି ଏବଂ ଭୟଭୀତ ଝିଅ ଟିମ୍ ବର୍ଗଲିଙ୍ଗଙ୍କ କାହାଣୀ ଉପରେ ଆଧାରିତ ଅଟେ । ଯେଉଁଥିରେ ହଠାତ୍ ଦୁନିଆର ଅନ୍ୟତମ ପ୍ରିୟ କଳାକାର ଏବିସିଙ୍କୁ ଜନ୍ମ ଦେଇଥିଲେ । ଏହି ଡକ୍ୟୁମେଣ୍ଟାରୀରେ ଏବିସି, ଏଲୋ ବ୍ଲାକ୍, କ୍ରିସ୍ ମାର୍ଟିନ୍, ନାଇଲ୍ ରୋଡର୍ସ, ଡେଭିଡ ଗୁଏଟା ଏବଂ ଏଶା ପୌର୍ନରୀ ଭଳି କଳାକାର ଅଛନ୍ତି । ଡିସେମ୍ବର ୩୧, ୨୦୨୪ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି ।

ରିୟୁନିୟନ
ଆମେରିକୀୟ କମେଡି-ମିଷ୍ଚ୍ରୀ ଚଳଚ୍ଚିତ୍ର ‘ରିୟୁନିୟନ’ ହାଇସ୍କୁଲ ର ସାଙ୍ଗମାନଙ୍କ କାହାଣୀକୁ ନେଇ ହୋଇଛି । ଏହି ଚଳଚ୍ଚିତ୍ରରେ ନିନା ଡୋବ୍ରେଭ, ଜେମି ଚୁଙ୍ଗ, ଚେସ କ୍ରାଉଫର୍ଡ, ବିଲି ମେଗ୍ନସେନ୍ ଏବଂ ସିୟୋଭାନ୍ ମର୍ଫି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଜାନୁଆରୀ ୧, ୨୦୨୫ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି ।

‘ମିସିଙ୍ଗ୍ ୟୁ’
ସିରିଜ୍ ‘ମିସିଙ୍ଗ୍ ୟୁ’ ଏକ ଡିଟେକଟିଭ୍ ଇନ୍ସପେକ୍ଟରଙ୍କ ଚାରିପାଖରେ ଘୁରି ବୁଲୁଛି, ଯିଏ ନିଖୋଜ ବ୍ୟକ୍ତିଙ୍କ ମାମଲାରେ ବିଶେଷଜ୍ଞ । ତାଙ୍କ ଜୀବନ ଓଲଟପାଲଟ ହୋଇଯାଏ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ୧୧ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ତାଙ୍କ ପ୍ରେମିକା ଏକ ଡେଟିଂ ଆପରେ ସକ୍ରିୟ ଅଛନ୍ତି । ଏହି ଶୋ’ରେ ରୋଜାଲିଣ୍ଡ ଏଲିଜାର୍, ରିଚାର୍ଡ ଆର୍ମିଟେଜ୍, ଜେମ୍ସ ନେସବିଟ୍ ଏବଂ ଏସଲେ ୱାଲ୍ଟର୍ସ ଅଭିନୟ କରିଛନ୍ତି । ‘ମିସିଙ୍ଗ୍ ୟୁ’ ଜାନୁଆରୀ ୧, ୨୦୨୫ରେରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *