ମଣିଷ କଥାକୁ ବୁଝି ପଢ଼ି ପାରିବ ମେସିନ୍‌

ନୂଆଦିଲ୍ଲୀ: ଟେକ୍ନୋଲୋଜି ଦୁନିଆ କେଉଁଠି ପହଞ୍ଚିଲାଣି। ମଣିଷକୁ ନିଜ ହାତରେ ମଧ୍ୟ ଆଉ କୌଣସି କାମ କରିବାକୁ ପଡ଼ିବନି। ଟେକ୍ନୋଲୋଜି ଦୁନିଆରେ ଅନେକ ପ୍ରକାର ମେସିନ୍ ବାହାରିଲାଣି ଯେଉଁଥିରେ ମଣିଷକୁ ଅନେକ କ୍ଷେତ୍ରରେ ସାହାର୍ଯ୍ୟ କରେ। ଏହିକ୍ଷେତ୍ରରେ ଚୀନ ଦୁନିଆର ସବୁଠୁ ଆଗରେ। ଟେକ୍ନୋଲୋଜି ଦୃଷ୍ଟିରୁ ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ। ଏହାରି ଭିତରେ ଚୀନ ଦେଶ ଏକ ବଡ଼ ସଫଳତା ହାସଲ କରିଛି। ଚୀନ ଷ୍ଟାର୍ଟଅପ ‘ନ୍ୟୁରୋଆକ୍ସେସ’ ଗୁରୁବାର ନିଜର ଦୁଇଟି ସଫଳ ପରୀକ୍ଷଣକୁ ଘୋଷଣା କରିଛି। କମ୍ପାନୀ ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ ରିୟଲ ଟାଇମରେ ଏହି ଜାଣିଛି ଯେ, ରୋଗୀ କ’ଣ ଭାବୁଛି ଏବଂ ଅନ୍ୟ ପରୀକ୍ଷଣରେ ଚୀନର ଭାଷାକୁ ରିୟଲ ଟାଇମରେ ଡିକୋଡ୍ କରିଛି।

Xinhuaର ରିପୋର୍ଟ ମୁତାବକ, ବିସିଆଇ ଟେକ୍ନିକ ମାଧ୍ୟମରେ ବର୍ତ୍ତମାନ କେବଳ ନିଜ ମୁଣ୍ଡରେ ସଫ୍ଟୱେୟାରକୁ କଣ୍ଟ୍ରୋଲ କରିପାରୁଛି। ବସ୍ତୁମାନଙ୍କୁ ଦୋହଲାଇ ପାରୁଛି, ଏଆଇ ମଡେଲ ସହ କଥାବର୍ତ୍ତା କରିପାରୁଛି ଏବଂ କହୁଥିବା ଡିଜିଟାଲ ଅବତାରକୁ କଣ୍ଟ୍ରୋଲ କରିପାରୁଛି

ଆଜିକାଲିର ଟେକ୍ନିକ୍ ଅନେକ ଦୂରରେ ପହଞ୍ଚିଲାଣି। ତେବେ ଏହି କ୍ଷେତ୍ରରେ ଚୀନ ଦୁନିଆର ସବୁଠୁ ଆଗରେ। ଚୀନ ଷ୍ଟାର୍ଟଅପ ‘ନ୍ୟୁରୋଆକ୍ସେସ’ ଗୁରୁବାର ନିଜର ଦୁଇଟି ସଫଳ ପରୀକ୍ଷଣକୁ ଘୋଷଣା କରିଛି। କମ୍ପାନୀ ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ ରିୟଲ ଟାଇମରେ ଏହି ଜାଣିଛି ଯେ, ରୋଗୀ କ’ଣ ଭାବୁଛି ଏବଂ ଅନ୍ୟ ପରୀକ୍ଷଣରେ ଚୀନର ଭାଷାକୁ ରିୟଲ ଟାଇମରେ ଡିକୋଡ୍ କରିଛି।

Xinhuaର ରିପୋର୍ଟ ମୁତାବକ, ବିସିଆଇ ଟେକ୍ନିକ ମାଧ୍ୟମରେ ବର୍ତ୍ତମାନ କେବଳ ନିଜ ମୁଣ୍ଡରେ ସଫ୍ଟୱେୟାରକୁ କଣ୍ଟ୍ରୋଲ କରିପାରୁଛି। ବସ୍ତୁମାନଙ୍କୁ ଦୋହଲାଇ ପାରୁଛି, ଏଆଇ ମଡେଲ ସହ କଥାବର୍ତ୍ତା କରିପାରୁଛି ଏବଂ କହୁଥିବା ଡିଜିଟାଲ ଅବତାରକୁ କଣ୍ଟ୍ରୋଲ କରିପାରୁଛି।

ଅଗଷ୍ଟ ୨୦୨୪ରେ ସଂଘାଇର ଫୁଡାନ ୟୁନିର୍ଭସିଟି ସହ ଜଡିତ ହୁଆଶନ ହସ୍ପିଟାଲର ନ୍ୟୁରୋସର୍ଜନ୍ସ ୨୧ ବର୍ଷୀୟ ମହିଳା ରୋଗୀଙ୍କ ମୁଣ୍ଡରେ ୨୫୬-ଚ୍ୟାନେଲର ନମୁନାକୁ ବିସିଆଇ ଡିଭାଇସ ଇନଷ୍ଟଲ କରିଥିଲେ। ଏହି ଡିଭାଇସ ରୋଗୀଙ୍କ ମୁଣ୍ଡରେ ମୋଟର ଏରିୟାରେ ଥିବା ଟ୍ୟୁମରକୁ ଠିକ୍ କରିବା ଲାଗି ଲଗାଯାଇଥିଲା।

ନ୍ୟୁରୋସର୍ଜନଙ୍କ ଅନୁସାରେ, ତାଙ୍କ ଟିମ ରୋଗୀଙ୍କ ମୁଣ୍ଡରେ ହାଇ-ଗାମା ବ୍ୟାଣ୍ଡର ଇସିଓଜି ସିଗ୍ନଲ୍ସ ବାହାର କରିବା ସହ ସେଗୁଡ଼ିକୁ ବୁଝିବା ଲାଗି ଏକ ନ୍ୟୁରଲ ନେଟୱର୍କ ମଡେଲ ପ୍ରସ୍ତୁତ କରାଯାଇଛି। ଏହି ଟେକ୍ନିକ ୬୦ ମିଲିସେକେଣ୍ଡରୁ କମ ସମୟରେ ସଠିକ ଫଳାଫଳ ଦେଇଛି ଏବଂ ଅପରେସନର କିଛି ମିନିଟରେ ମୁଣ୍ଡର କାର୍ଯ୍ୟାତ୍ମକ କ୍ଷେତ୍ରର ନକ୍ସା ପ୍ରସ୍ତୁତ କରିସାରିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *