ହଜାରେ ବର୍ଷର ପୁରୁଣା ମୂର୍ତ୍ତି

ଦୁନିଆରେ ଭାରତ ହେଉଛି ବିଶ୍ୱାସର କେନ୍ଦ୍ର ବିନ୍ଦୁ । ଏଠାରେ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ମନ୍ଦିର ଅଛି। ଏମାନଙ୍କ ଭିତରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହା ଦ୍ଵାରା ସମାଧାନ ହୋଇପାରିନାହିଁ । ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଝାରଖଣ୍ଡ ରାଜ୍ୟରେ ଥିବା ଦେବୀ ଉଗ୍ରତାରା ମନ୍ଦିର ବିଷୟରେ । ଭଗବତୀ ଉଗ୍ରତାରା ମନ୍ଦିର ଦେବୀ ମା ଉଗ୍ରତାରା କୁ ସମର୍ପିତ ଅଛି ଏବଂ ଏହି ମନ୍ଦିର ରେ ଏକ ଚତୁର୍ଭୁଜି ଦେବୀଙ୍କ ପ୍ରତିମା ସ୍ଥାପିତ ହୋଇଛି । ଏହି ମୂର୍ତ୍ତି ରେ ଅନେକ ରହସ୍ୟ ଯୋଡ଼ା ହୋଇଛି ଏବଂ ଏମିତି କୁହା ଯାଉଛି କି ଏହା ୧୦୦୦ ବର୍ଷ ପୁରୁଣା ଅଟେ ଓ ଏହାର ଦର୍ଶନ କରିବା ପାଇଁ ଲୋକ ଦୂର ଦୂର ରୁ ଲୋକ ଆସୁଛନ୍ତି ।

ମୂର୍ତ୍ତିର ପଛରେ ଲେଖା ଯାଇଥିବା ରହସ୍ୟମୟ ଲିପି

ଏହି ମନ୍ଦିରରେ ରଖ ଯାଇଥିବା ମାଙ୍କ ମୂର୍ତ୍ତି ଏକ ଅଲଗା ଭାଷା ରେ କିଛି ଲେଖା ହେଇଛି ଆଉ ଏବେ ଯାଏଁ ଏହି ମୂର୍ତ୍ତି ରେ କଣ ଲେଖା ଯାଇଛି ଜଣା ପଡ଼ି ନାହିଁ ।
ଏମିତି କୁହାଯାଉଛି କି ଏହି ମୂର୍ତ୍ତି ଉପରେ ଲେଖାଯାଇଥିବା ଲିପି କୁ ପ୍ରଥମ ଥର ଦେଖିବା ପରେ ଏହି ଲିପିର ବିଷୟରେ କାହାର ବି କିଛି ଧାରଣା ନଥିଲା । ଏହି ଲିପି ମାଙ୍କର ମୂର୍ତ୍ତି ର ପଛ ପଟେ ଅଙ୍କିତ ଅଛି ।

କେଉଁଠି ଅଛି ମନ୍ଦିର

ଭଗବତୀ ଉଗ୍ରତାରା ମନ୍ଦିର ଝାରଖଣ୍ଡ ରାଜ୍ୟ ରେ ଥିବା ରାଞ୍ଚି ସହରର ପାଖରେ ଅବସ୍ତିତ ଏବଂ ଏକ ପ୍ରାଚୀନ ମନ୍ଦିର ଅଟେ। ଏମିତି ବି କୁହା ଯାଏଁ କି ଏହି ମନ୍ଦିର ରେ ଥିବା ମା ଉଗ୍ରତାରାଙ୍କ ମୂର୍ତ୍ତି କୁ ଦର୍ଶନ କଲେ ମା ତାଙ୍କ ଭକ୍ତ ଙ୍କର ସବୁ ମନକାମନା କୁ ପୁରା କରନ୍ତି । ସବୁ ବର୍ଷ ହଜାର ହଜାର ସଂଖ୍ୟା ରେ ଉତ୍ତର ପ୍ରଦେଶ ଓ ବିହାର ରାଜ୍ୟର ଲୋକ ଏଠାକୁ ଆସି ଉଗ୍ରତାରାଙ୍କ ଦର୍ଶନ କରନ୍ତି ଏବଂ ମାଙ୍କୁ ନିଜ ପୂଜା ରେ ପ୍ରସନ୍ନ କରି ନିଜ ମନକାମନା ପୁରା କରନ୍ତି ।

ମନ୍ଦିର ସହ ଜଡିତ କଥା

ଏହି ମନ୍ଦିର ସହ ଯୋଡ଼ା ଯାଇଥିବା କଥା ଅନୁସାରେ ଏଠାରେ ଟେରି ର ଶାସକ ପିତାମ୍ବର ନାଥ ସାହି କୁ ନିଜ ସ୍ବପ୍ନ ରେ ମା’ଙ୍କ ଦୁଇଟି ମୂର୍ତ୍ତି ଦେଖା ଗଲା । ଏହି ସ୍ବପ୍ନ ଆସିବା କିଛି ଦିନ ପରେ ପିତାମ୍ବର ନାଥ ସାହି ଶିକାର କରିବା ପାଇଁ ଜଙ୍ଗଲ କୁ ଗଲେ। ଜଙ୍ଗଲ ରେ ତାଙ୍କୁ ଶୋଷ ଲାଗିଲା ଆଉ ସେ ପାଣି ଖୋଜି ଖୋଜି ଏକ ପୋଖରୀ ପାଖରେ ପହଁଚିଲେ । କିନ୍ତୁ ପିତାମ୍ବର ଯେମିତି ସେହି ପୋଖରୀରୁ ପାଣି ପିଇବାକୁ ଲାଗିଲେ, ତାଙ୍କୁ ପୋଖରୀ ଭିତରେ ଦୁଇଟି ମୂର୍ତ୍ତି ଦେଖା ଗଲା । ଯେଉଁଥିରେ ଏକ ମୂର୍ତ୍ତି ଲଷ୍ମୀଙ୍କର ଓ ଆରଟି ଉଗ୍ରତାରାଙ୍କର ଥିଲା । ଏହି ଦୁଇ ମୂର୍ତ୍ତି କୁ ପିତାମ୍ବର ନାଥ ସାହି ନିଜ ସହ ନେଇ ଆସିଲେ ଏବଂ ସେ ଏକ ମନ୍ଦିର ର ନିର୍ମାଣ କଲେ ଓ ସେଠି ଏହି ଦୁଇଟି ମୂର୍ତ୍ତି ରଖିଲେ ।

ଦେବୀ ଉଗ୍ରତାରା କିଏ?

ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ଯେତେବେଳେ ବିଷ ପାନ କରିଥିଲେ ତାଙ୍କ ଶରୀରର ପୀଡ଼ାକୁ ଦୂର କରିବା ପାଇଁ ଆଦି ଶକ୍ତି ଦେବୀ ଦେବୀ ତାରାଙ୍କ ସ୍ୱରୂପରେ ପ୍ରକଟ ହୋଇ ଭଗବାନ ଶିବଙ୍କୁ ତାଙ୍କ ଅମୃତଭାର ସ୍ତନ୍ୟପାନ କରାଇଥିଲେ । ଏହା ପରେ ଭଗବାନ ଶିବ ଶରୀରର ପୀଡ଼ା ଦୂର ହୋଇଥିଲା । ଦେବୀ ତାରାଙ୍କର ଆଉ ତିନୋଟି ରୂପ ମଧ୍ୟ ରହିଛି ଯେପରିକି ଉଗ୍ରା ତାରା, ନୀଳ ସରସ୍ବତୀ ଏବଂ ଏକ-ଜଟା ଭାବରେ ପ୍ରସିଦ୍ଧ । ଦେବୀଙ୍କର ଅନ୍ୟ ଆଠଟି ରୂପ ମଧ୍ୟ ଅଛି, ଯାହାକୁ ‘ଅଷ୍ଟ ତାରା’ କୁହାଯାଏ – ତାର , ଉଗ୍ର ତାରା , ମହୋଗ୍ରା ତାରା , ବଜ୍ର ତାରା, ନୀଳ ତାରା, ସରସ୍ୱତୀ, କାମେଶ୍ୱରୀ ଏବଂ ଭଦ୍ର କାଳୀ-ଚାମୁଣ୍ଡା । ଏହି ଦେବୀ କାଳୀ ବଂଶର ବୋଲି ବିଶ୍ୱାସ କରାଯାଏ ।

୧୬ ଦିନିଆ ବିଶେଷ ପୂଜା

ଏହି ମନ୍ଦିରରେ ଅନେକ ଲୋକଙ୍କ ଆସ ଯୋଡାହେଇଛି ଆଉ ପ୍ରତିବର୍ଷ ଦଶହରା ସମୟରେ ଏହି ମନ୍ଦିର ରେ ବିଶେଷ ପୂଜା କରାଯାଏ ଏବଂ ଏହି ପୂଜା ୧୬ ଦିନ ଧରି ଚାଲେ। ଏହି ପୂଜା ରେ ମାଛ , ଅନ୍ୟ ପ୍ରକାରର ଜୀବମାନଙ୍କର ବଳି ଦିଆଯାଏ। ଏହା କୁହା ଯାଏ କି ଜୀବମାନଙ୍କର ବଳି ଦେବା ଦ୍ୱାରା ମା ପ୍ରସନ୍ନ ହୁଅନ୍ତି ଓ ଭକ୍ତ ଙ୍କର ଇଚ୍ଛା କୁ ପୁରା କରନ୍ତି। ଦଶମୀ ଦିନ ଏହି ପୂଜା ସମାପ୍ତ ହୁଏ ମା ଭଗବତୀ ଙ୍କ ଉପରେ ପାନ ପତ୍ର ଚଢା ଯାଏ।ଲୋକଙ୍କର କହିବାନୁସାରେ କି ମାଙ୍କ ଉପରେ ଚଢାଯାଇଥିବା ପତ୍ର ପଡିବ ପରେ ହିଁ ପୂଜା ସଫଳ ମନ ଯାଏ । ୧୬ ଦିନ ଯାଏ ଚାଲିଥିବା ଏହି ବିଶେଷ ପୂଜା ରେ ଯୋଗ ଦବ ପାଇଁ ଲୋକ ଦୂର ଦୂରରୁ ଆସନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *